ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନାର ଟ୍ରେଣ୍ଡକୁ ନେଇ ବରିଷ୍ଠ ଚିକିତ୍ସକଙ୍କ ମତ ହେଉଛି, ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେଲାଣି । ତେଣୁ ଏତେ ସଂଖ୍ୟାରେ ପଜିଟିଭ୍ ଆସୁଛି । ତେବେ କେତେ ପର୍ଯ୍ୟନ୍ତ ବଢ଼ିବ କହି ହେବ ନାହିଁ, କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ। ରାଜ୍ୟରେ ଆଜି ସର୍ବାଧିକ ଦୈନିକ ସଂକ୍ରମିତି ଚିହ୍ନଟ ହେବା ପରେ ଏମିତି କହିବା ସହ ସତର୍କ କରିଛନ୍ତି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର।
ତେବେ ଦିନକରେ ରାଜ୍ୟରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୫ ହଜାର ୮୮୭ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪ ହଜାର ୫୨୬ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ଶହ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧ଶହ, କଟକରୁ ୮୨୮, ପୁରୀରୁ ୫୩୩, ବରଗଡ଼ରୁ ୫୧୧, ନୂଆପଡ଼ାରୁ ୪୧୮, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଥିବା ବେଳେ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୨୪ ଘଂଟାରେ ୧୧ଜଣଙ୍କ ମୃତ ହୋଇଥିବା ବେଳେ ମୋଟ ମୃତ ସଂଖ୍ୟା ୨ ହଜାର ୫୪ ରହିଛି । ଏବେ ରାଜ୍ୟରେ ୬୭ ହଜାର ୮୦ ମାମଲା ସକ୍ରିୟ ରହିଛି।
ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ କାରଣରୁ ଅଧିକ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି: ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର
/sambad/media/post_attachments/wp-content/uploads/2021/05/97fbec28-3517-47fa-b3db-524ccbcfac3d.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)