ଖେଳ ଦେଖିବା ବେଳେ ମାସ୍କ ବ୍ୟବହାର କରିବା ସମ୍ଭବ ନୁହେଁ: ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ବର: ବାରବାଟୀ ଷ୍ଟାଡିୟମ୍‌ରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ କରୋନା ବ୍ୟାପିବାର ସମ୍ଭାବନା ରହିଛି। ଏ ନେଇ ନିଜର ମତ ରଖିଛନ୍ତି ବରିଷ୍ଟ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର। ସେ କହିଛନ୍ତି, ‘ଖେଳ ଦେଖିବା ବେଳେ ମାସ୍କ ବ୍ୟବହାର କରିବା ସମ୍ଭବ ନୁହେଁ । ତେଣୁ ଲୋକମାନେ ଷ୍ଟାଡିୟମ ଭିତରକୁ ପ୍ରବେଶ ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂର ଆବଶ୍ୟକତା ରହିଛି। ଯଦି କାହା ପାଖରେ କାଶ, ଥଣ୍ଡା ଭଳି ଲକ୍ଷଣ ଦେଖା ଦିଏ ତାଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିବା ଓ ତାଙ୍କୁ ଅଲଗା ବସାଇବାର ବ୍ୟବସ୍ଥା କଲେ କୌଣସି ଅସୁବିଧା ହେବନାହିଁ। ଆମେ ଦେଖିଛେ ଡେନମାର୍କ, ୟୁକେରେ ସଂକ୍ରମଣ ଅଧିକ ଥିବାବେଳେ ସେମାନେ ମାସ୍କ ହଟାଇଥିଲେ। ୟୁକେରେ ବି ଖେଳ ହୋଇଥିଲା । ଆମ ଇମ୍ୟୁନିଟି ପାଓ୍ବାର ବଢ଼ିଛି, କିଛି ହେବନି।’

ସମ୍ବନ୍ଧିତ ଖବର