ଭୁବନେଶ୍ୱର : ଗାନ୍ଧୀ ଜୟନ୍ତୀ ଅବସରରେ ଲୋୟର ପିଏମ୍ଜିରେ ମିଳିତ ଓଡ଼ିଶା ନିବାରଣ ଅଭିଯାନ ପକ୍ଷରୁ ନିଶା ନିବାରଣ ବ୍ରତ ଅନୁଷ୍ଠିତ ହୋଇଛି। ରାଜଧାନୀ ସହିତ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଲୋକମାନେ ନିଶା ନିବାରଣ ବ୍ରତରେ ସାମିଲ ହୋଇଛନ୍ତି। ସେସବୁ ପଞ୍ଚାୟତରେ ଲୋକମାନେ ଗ୍ରାମ ସଭାରେ ପଞ୍ଚାୟତ ମଦମୁକ୍ତ ପାଇଁ ପ୍ରସ୍ତାବ ଦେବା ସହିତ ମଦମୁକ୍ତ ପାଇଁ ଶପଥ ନେଇଛନ୍ତି। ସଭାପତି ପଦ୍ମଚରଣ ନାୟକଙ୍କ ନେତୃତ୍ୱରେ ଆଜି ଶତାଧିକ ଧାରଣାକାରୀ ଏଭଳି ଅଭିନବ ଅଭିଯାନରେ ସାମିଲ ହୋଇ ଓଡ଼ିଶାରେ ମଦ ବନ୍ଦ କରିବା ପାଇଁ ଦାବି କରିଛନ୍ତି।
ଅଭିଯାନର କହିବାନୁଯାୟୀ, ୧୯୫୬ ମସିହାରୁ ରାଜ୍ୟ ବିଧାନସଭାରେ ସଂପୂର୍ଣ୍ଣ ନିଶା ନିବାରଣ ଆଇନ ପାସ୍ ହୋଇଥିଲେ ହେଁ ପରବର୍ତୀ ସମୟରେ କୌଣସି ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇ ନାହାନ୍ତି। ସରକାରୀ ପ୍ରୋତ୍ସାହନରେ ମଦର ପ୍ରସାର ବଢ଼ିବାରେ ଲାଗିଛି। ଗୁଜୁରାଟ, ନାଗାଲାଣ୍ଡ, ମଣିପୁର, ତ୍ରିପୁରା, କେରଳ, ବିହାର ଓ ତାମିଲନାଡ଼ୁ ଆଦି ରାଜ୍ୟ ମଦମୁକ୍ତ ହୋଇପାରିଛି। କେରଳରେ ଅବକାରୀ ଆୟ ୮ହଜାର କୋଟି, ବିହାରରେ ସାଢ଼େ ୪ହଜାର କୋଟି ଓ ତାମିଲନାଡ଼ୁରେ ୩୦ହଜାର କୋଟି ହୋଇଥିବା ବେଳେ ଓଡ଼ିଶାରେ ଏହା ମାତ୍ର ୩ହଜାର କୋଟି।
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅବକାରୀ ଆୟ ଯଥେଷ୍ଟ କମ୍ ଥିବା ବେଳେ ଓଡ଼ିଶାରେ ଏହା କାହିଁକି କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯାନ ପକ୍ଷରୁ ପ୍ରଶ୍ନ କରାଯାଇଛି। ରାଜ୍ୟ ସରକାର ମଦ ବନ୍ଦ ପାଇଁ ପଦକ୍ଷେପ ନେଉ ନ ଥିବାରୁ ଲୋକମାନେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ମଦ ବନ୍ଦ ପାଇଁ ଆନ୍ଦୋଳନ କରୁଛନ୍ତି। ନିଜ ଅଞ୍ଚଳରେ ମଦ ବନ୍ଦ କରିବା ପାଇଁ ପ୍ରତି ଗାଁ ଓ ପଞ୍ଚାୟତରୁ ହଜାର ହଜାର ଦସ୍ତଖତ ସମ୍ବଳିତ ଦାବିପତ୍ର ସ୍ଥାନୀୟ ବିଧାୟକଙ୍କୁ ପ୍ରଦାନ କରିବାକୁ ଅଭିଯାନ ପକ୍ଷରୁ ଆହ୍ଵାନ କରାଯାଇଛି।
ଏହି ଧାରଣାରେ ସଂପାଦକ ରମାକାନ୍ତ ମଣ୍ଡଳ, ବିଜୟ ସ୍ୱାଇଁ, ଅଦ୍ୱୈତ ପାତ୍ର, ବାସନ୍ତୀ ଆଚାର୍ଯ୍ୟ, ଖଗେଶ୍ୱର ବଳ ଓ ଅର୍ଜ୍ଜୁନ ନାୟକ ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/nisa-nibaran.jpg)