ନୂଆଦିଲ୍ଲୀ: ନୀତି ଆୟୋଗ ଦ୍ୱାରା ଆଜି ହେଲଥ ଇନଡେକ୍ସ ଜାରି ହୋଇଛି । ଏଥିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ବାଜି ମାରିନେଇଥିବା ଦେଖାଯାଇଛି । ହେଲଥ ଇନଡେକ୍ସ ମୁତାବକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ କେରଳ ଦେଶରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡୁ । ତେବେ ଓଡିଶା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ୧୩ତମ ସ୍ଥାନରେ ରହିଛି ।
ହେଲଥ ଇନଡେକ୍ସରେ କେଉଁ ରାଜ୍ୟ କେଉଁ ସ୍ଥାନରେ?
୧.କେରଳ
୨.ତାମିଲନାଡୁ
୩.ତେଲେଙ୍ଗାନା
୪. ଆନ୍ଧ୍ରପ୍ରଦେଶ
୫. ମହାରାଷ୍ଟ୍ର
୬. ଗୁଜୁରାଟ
୭. ହିମାଚଳ ପ୍ରଦେଶ
୮. ପଞ୍ଜାବ କର୍ଣ୍ଣାଟକ
୯. ଛତିଶଗଡ
୧୦. ହରିୟାଣା
୧୧. ଆସାମ
୧୨. ଝାରଖଣ୍ଡ
୧୩. ଓଡିଶା
୧୪. ଉତ୍ତରାଖଣ୍ଡ
୧୫. ରାଜସ୍ଥାନ
୧୬. ମଧ୍ୟପ୍ରଦେଶ
୧୭. ବିହାର
୧୮. ଉତ୍ତରପ୍ରଦେଶ
ନୀତି ଆୟୋଗ ଅନୁସାରେ ହେଲଥ ଇନଡେକ୍ସ ପାଇଁ ୪ ରାଉଣ୍ଡର ସର୍ଭେ କରାଯାଇଥିଲା, ଯାହାକୁ ନେଇ ନମ୍ବର ଦିଆଯାଇଥିଲା । ୪ଟି ଯାକ ରାଉଣ୍ଡରେ ଆଗରେ ରହିଥିଲା କେରଳ । କେରଳର ମୋଟ ସ୍କୋର ୮୨.୨୦ ରହିଥିବା ଜଣାପଡ଼ିଛି । ସେହିପରି ଦ୍ୱିତୀୟରେ ଥିବା ତାମିଲନାଡୁର ୭୨.୪୨ ସ୍କୋର କରିଛି । ଓଡିଶାର ସ୍କୋର ୪୪.୩୧ ରହିଥିବା ସାମ୍ନାକୁ ଆସିଛି ।