ଆକାଂକ୍ଷୀ ଜିଲ୍ଲାକୁ ନେଇ ତନାଘନା, ଆୟୋଗ ଲୋଡ଼ିଲେ ଅଫିସର ତାଲିକା

ଭୁବନେଶ୍ବର : ପ୍ରତି ଆକାଂକ୍ଷୀ ଜିଲ୍ଲାରେ ଉତ୍ତମ ପ୍ରଦର୍ଶନ କରିଥିବା ୫ଜଣ ଅଫିସରଙ୍କ ନାମ କେନ୍ଦ୍ରକୁ ପଠାଇବା ପାଇଁ ନୀତି ଆୟୋଗ ସିଇଓ ରବିକାନ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଥିବା ଜଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗ୍ରହ ପ୍ରକାଶ କରିବାପରେ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି।

ତଦନୁଯାୟୀ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାର ୫୦ଜଣ ଅଫିସରଙ୍କ ନାମ ତାଲିକା ପ୍ରସ୍ତୁତ କରାଯିବ। ଏହିସବୁ ଜିଲ୍ଲା ଗୁଡିକ ହେଲା ଢେଙ୍କାନାଳ, ଗଜପତି, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡା । ସମଗ୍ର ଦେଶରେ ୧୧୨ଟି ଆକାଂକ୍ଷୀ ଜିଲ୍ଲା ଥିବାବେଳେ ସେହିସବୁ ରାଜ୍ୟ ସରକାର ମାନେ ମଧ୍ୟ ଉତ୍ତମ ପ୍ରଦର୍ଶନ କରୁଥିବା ଅଫିସରଙ୍କ ନାମ ପଠାଇବେ ।

ପ୍ରଧାନମନ୍ତ୍ରୀ ଖୁବ୍‍ଶୀଘ୍ର ଆକାଂକ୍ଷୀ ଜିଲ୍ଲାର ଜିଲ୍ଲାପାଳ ଏବଂ କେନ୍ଦ୍ରୀୟ ପ୍ରଭାରୀ ଅଫିସରମାନଙ୍କ ସହିତ ଭିଓଓ କନ୍‍ଫରେନ୍ସି ମାଧ୍ୟମରେ ଆଲୋଚନା କରିବେ। ତେଣୁ କେନ୍ଦ୍ରୀୟ ପ୍ରଭାରୀ ଅଫିସରମାନଙ୍କୁ ତୁରନ୍ତ ସେମାନଙ୍କ ଦାୟିତ୍ୱରେ ଥିବା ଜିଲ୍ଲାକୁ ଯିବାପାଇଁ କୁହାଯାଇଛି। କେତେକ ପ୍ରଭାରୀ ଅଫିସର ନିୟମିତ ଭାବେ ଜିଲ୍ଲା ଗସ୍ତ କରୁଥିବାବେଳେ ଆଉ କେତେକ ନିକଟରେ ଜିଲ୍ଲା ଗସ୍ତ କରିନଥିବା ଦୃଷ୍ଟିକୁ ଆସିଛି। ରାଜ୍ୟର ଆକାଂକ୍ଷୀ ଜିଲ୍ଲା ଗୁଡିକ ପାଇଁ କେନ୍ଦ୍ର ସରକାର ସର୍ବଭାରତୀୟ ସେବାର ୧୦ଜଣ ପ୍ରଭାରୀ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଅନୁରୂପ ସଂଖ୍ୟକ ବରିଷ୍ଠ ଆଇଏଏସ୍‍ ଅଫିସରମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହି ବରିଷ୍ଠ ଅଧିକାରୀମାନେ ନୀତି ଆୟୋଗଙ୍କୁ ତାଙ୍କର ରିପୋର୍ଟ ଦେବା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

ରାଜ୍ୟ ଅଧିକାରୀମାନଙ୍କ ସହଯୋଗରେ କେନ୍ଦ୍ରୀୟ ପ୍ରଭାରୀ ଅଫିସରମାନେ ୪୯ଟି ମାନଦଣ୍ଡ ଉପରେ ସମୀକ୍ଷା କରୁଛନ୍ତି। ଏଥିପାଇଁ ଚୂଡାନ୍ତ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବା ସହିତ ପ୍ରତି ତିନିମାସରେ ଥିରେ ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କରି ବର୍ଷ େଶଷବେଳକୁ ଯେଭଳି ତାହା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରହିଛି।

ନିକଟରେ ନୀତି ଆୟୋଗର ପରିଚାଳନା କାଉନସିଲ୍‍ରେ ଆକାଂକ୍ଷୀ ଜିଲ୍ଲା ଉପରେ ସବିେଶଷ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପଛୁଆ ଜିଲ୍ଲା ସଂକ୍ରାନ୍ତରେ ଆଗ୍ରହ ପ୍ରକାଶ କରିବା ପରେ ଏଠାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ରାଜ୍ୟ ସରକାରମାନେ ଏହିସବୁ ଜିଲ୍ଲାପାଇଁ ସ୍ୱତନ୍ତ୍ର ପାଣ୍ଠି ଆବଶ୍ୟକ କରିବାରୁ ନୀତି ଆୟୋଗ ପାଖାପାଖି ୧୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ସରକାର ଏହି ପଛୁଆ ଜିଲ୍ଲାର ବିକାଶ ପାଇଁ ଅଧିକରୁ ଅଧିକ ଅର୍ଥ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର