ପୁରୀ: ସିଂହାରି-ସୁପକାର ସେବକ ବିବାଦ କାରଣରୁ ମହପ୍ରଭୁଙ୍କ ଗତକାଲିର ପହୁଡ଼ ହୋଇପାରିନଥିଲା। ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି।। ଗତକାଲି ଭିତର କାଠରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ହୋଇଥିଲା। ମହାସ୍ନାନ ନୀତି ହେବାରୁ ଭୋଗ ବାହାରି ପାରିନଥିଲା। ଏହାରି ଭିତରେ ଭୋଗ ବଢାରେ ବିଳମ୍ବ ଓ ଗଭାଲାଗି ନୀତି ନ କରିବାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା।
ମହାପ୍ରଭୁଙ୍କ ନୀତି ବିଳମ୍ବ ହେବାରୁ ଗତକାଲିର ପହୁଡ଼ ହୋଇପାରିନି। ବିନା ପହୁଡ଼ରେ ଆଜିର ନୀତି ଆରମ୍ଭ ହୋଇଛି। ବିବାଦ ଯୋଗୁ ଗତକାଲି ରାତିରେ ଭୋଗମଣ୍ଡପ ଘରେ ମହାପ୍ରସାଦ ତାଲା ମାରି ପଳାଇଥିଲେ ସିଂହାରି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/jagannath_temple_0_0.jpg)