ପୁରୀ : ଶ୍ରୀମନ୍ଦିରରେ ଶନିବାର ଦିନ ପୁଣି ମହାପ୍ରଭୁଙ୍କର ମହାସ୍ନାନ ହୋଇଛି। ଯେଉଁଥିପାଇଁ ନୀତିକାନ୍ତି ୨ ଘଣ୍ଟାରୁ ଅଧିକ ବିଳମ୍ବ ହୋଇଛି। କିନ୍ତୁ ମହାସ୍ନାନର କାରଣ ଜଣାପଡ଼ିନାହିଁ।
ମିଳିଥିବା ସୂଚନା ମୁତାବକ, ଶନିବାର ରାତି ପ୍ରାୟ ୬ଟାରେ ସନ୍ଧ୍ୟା ଆଳତି ପାଇଁ ବେଶ ପ୍ରସ୍ତୁତି ଚାଲିଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା। ଫଳରେ ବେଶ ବନ୍ଦ ରଖାଯାଇ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା। ଏଥିପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା। ରାତି ପ୍ରାୟ ୮ଟାରେ ମହାସ୍ନାନ ନୀତି ସରିବା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଥିଲା। ପରେ ଦର୍ଶନ ଆରମ୍ଭ ହୋଇଥିଲା। ଗତକାଲି ବି ଭିତର କାଠରେ ରକ୍ତ ପଡ଼ିବାରୁ ରାତି ୧୦ଟା ୨୫ ମିନିଟରେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/srimandir-1.jpg)