ବଲାଙ୍ଗୀରରେ ନୀରତାର କେନ୍ଦ୍ରର ଉଦ୍‌ଘାଟିତ

ବଲାଙ୍ଗୀର : ବଲାଙ୍ଗୀରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ପକ୍ଷରୁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ରିହାବିଲିିଟେସନ୍‌ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଏନ୍‌ଇଆରଟିଏଆର)ର ନୂତନ କେନ୍ଦ୍ରକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଥାୱରଚାନ୍ଦ୍‌ ଗେହଲଟ୍‌ ଉଦ୍‌ଘାଟନ କରିଛନ୍ତି। ଏହି ସାଟେଲାଇଟ୍‌ ସେଣ୍ଟରକୁ ଏକ ପୂର୍ଣ୍ଣାଙ୍ଗ କମ୍ପୋଜିଟ୍‌ ରିହାବିଲିଟେସନ୍‌ ସେଣ୍ଟରରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ପ୍ରକଳ୍ପ ବଲାଙ୍ଗୀର ଓ ଆଖପାଖ ଅଞ୍ଚଳର ଦିବ୍ୟାଙ୍ଗମାନଙ୍କର ପୁନଃ ଥଇଥାନ ସେବାରେ ନିୟୋଜିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓ, ପୂର୍ବ ସାଂସଦ ସଙ୍ଗୀତା ସିଂହଦେଓ, ପାଟଣାଗଡ ଏନଏସି ଅଧ୍ୟକ୍ଷା ମାନସୀ ମଂଜରୀ ପାଣିଗ୍ରାହୀ, ବେଲପଡ଼ା ବ୍ଲକ ଅଧ୍ୟକ୍ଷା ବୈଜୟନ୍ତୀ ପାଣିଗ୍ରାହୀ, ଯୁଗ୍ମ ନିର୍ଦ୍ଦେଶିକା ଡଲି ଚକ୍ରବର୍ତ୍ତୀଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର