ଦ୍ୱିତୀୟ ଦିବସରେ ନିୟମ ରାଜା ପରବ : ଆଦିବାସୀ ସମ୍ପ୍ରଦାୟକୁ ସ୍ବତନ୍ତ୍ର ଧର୍ମର ମାନ୍ୟତା ଦିଆଯାଉ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ନିୟମଗିରି ପାହାଡ଼ ଉପରେ ଡଙ୍ଗରିଆଙ୍କ ନିୟମ ରାଜା ପରବ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଆଜି ନିୟମରାଜାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ପରେ ବୋଦା ଓ କୁକୁଡ଼ା ବଳି ଦିଆଯାଇଥିଲା। ଏହି ପରବରେ ଗନ୍ଧମାର୍ଦନ ସୁରକ୍ଷା ସମିତି, ନିୟମଗିରି ସୁରକ୍ଷା ସମିତି, ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ସମେତ ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର ଓ ପଶ୍ଚିମ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଆନ୍ଦୋଳନ, ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏହି ନିୟମ ରାଜା ପରବରେ ଶହ ଶହ ସଂଖ୍ୟାରେ ଡଙ୍ଗରିଆ ଓ ଝରଣିଆ କନ୍ଧମାନେ ସାମିଲ ହୋଇଥିଲେ। ଜଳ, ଜମି ଓ ଜଙ୍ଗଲକୁ ନେଇ  ଆଦିବାସୀ ସଂସ୍କୃତି ଓ ପରମ୍ପରା ପର୍ଯ୍ୟବସିତ। ଧର୍ମାନ୍ତରୀକରଣ ପାଇଁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆମେ କେଉଁ ଧର୍ମର ନୁହେଁ, ଆମର ଧର୍ମ ଆଦିବାସୀ ଓ କୁଇ ଆମର ଭାଷା ଅଟେ। ତେଣୁ ଆମର ଧର୍ମ ଆଦିବାସୀ ବୋଲି ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯାଉ। ଏନେଇ ପ୍ରଶାସନ ଓ ସରକାରଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ରବିବାର ନିୟମରାଜା ପରବ ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର