ଭୁବେନେଶ୍ବର : ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିବେ ଚାଷୀ ନେତା ଅକ୍ଷୟ କୁମାର। ନବ ନିର୍ମାଣ କୃଷକ ସଂଗଠନର ରଘୁନାଥପୁରସ୍ଥିତ କାର୍ଯ୍ୟାଳୟରେ ଶ୍ରୀ କୁମାର ରାଜ୍ୟର ଚାଷୀଙ୍କୁ ସୁରକ୍ଷା ଭତ୍ତା ପ୍ରଦାନ ଦାବିରେ ଏହି ଆନ୍ଦୋଳନ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।
ଅନଶନ ସଂପର୍କରେ ଶ୍ରୀ କୁମାର କହିଛନ୍ତି, ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ନେଇ ସଂଗଠନ ପକ୍ଷରୁ ଦାବି ହୋଇଆସୁଛି। ବାରମ୍ବାର ଏଥିପାଇଁ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ସରକାରଙ୍କ ସହ ଯେଉଁ ଆଲୋଚନା ହେଉଛି ତହିଁରେ କୌଣସି ଫଳପ୍ରଦ ନିଷ୍ପତ୍ତି ହୋଇପାରୁ ନାହିଁ। ରାଜ୍ୟର ୩୬ଲକ୍ଷ ଚାଷୀ ପରିବାରକୁ ସୁରକ୍ଷା ଭତ୍ତା ବାବଦରେ ୨୧ହଜାର ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରନ୍ତୁ। ତେବେ ଚାଷୀ ସଂଗଠନମାନଙ୍କ ସହିତ ଚାଷୀଙ୍କ ସମସ୍ୟା ଉପରେ ଫଳପ୍ରଦ ନିଷ୍ପତ୍ତି ନେଇ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ କୁମାର କହିଛନ୍ତି।