ଭୁବନେଶ୍ୱରରେ ନବନିର୍ମାଣ କୃଷକ ସଙ୍ଗଠନର ଅନଶନ ଆରମ୍ଭ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପ୍ରଦାନ ଦାବିରେ ଆଜି ଠାରୁ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଅନଶନ ଆରମ୍ଭ ହୋଇଛି।
ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ, ତାର ଉତ୍ପାଦନର ହକ୍‌ ମୂଲ୍ୟ ପ୍ରଦାନ ସହିତ ମାସିକ ୫ ହଜାର ଟଙ୍କା ପେନସନ୍‌ ପ୍ରଦାନ ଦାବି ନେଇ ଆଜି ହଜାର ହଜାର ସଂଖ୍ୟାରେ ଚାଷୀ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ଆବାହକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଅନଶନ ଆରମ୍ଭ କରିଛନ୍ତି। ଏଥିରେ କେନ୍ଦ୍ରୀୟ ଆବାହକ ଅକ୍ଷୟ କୁମାର ଯୋଗ ଦେଇ ଚାଷୀମାନଙ୍କ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର