ନା ଅଛି ଆଧାରକାର୍ଡ ନା ଭୋଟର ପରିଚୟ ପତ୍ର, ବିଜୟାଙ୍କୁ କିଭଳି ମିଳିବ ସାମାଜିକ ସୁରକ୍ଷା ଓ ଥଇଥାନ

ଭଞ୍ଜନଗର: ଗତ ଗୁରୁବାର ଦିନ ଭଞ୍ଜନଗର ବାଇପାସ୍ ରୋଡ଼ ସ୍ଥିତ ଲୋହରାଖଣ୍ଡି ପୋଲ ନିକଟରୁ ଦୟନୀୟ ଅବସ୍ଥାରେ ବୃଦ୍ଧା ବିଜୟା ପଟ୍ଟନାୟକଙ୍କୁ ଉଦ୍ଧାର କରିଥିଲା। ଏଥିସହ ତାକୁ ତାର ପୁଅ ମାନେ ସେଠାରେ ଛାଡି ପଳାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେବା ପରେ ଦୁଇ ପୁଅଙ୍କୁ ଅଟକ ରଖିଥିଲା। ଏହି ସେମ୍ବଦନଶୀଳ ଘଟଣା ସାରା ରାଜ୍ୟରେ ଅଲୋଡ଼ନ ସୃଷ୍ଟି କରିଥିବା ବେଳେ ମୁଖ୍ୟ ଶାସନ ସଚିବ ଏହି ଘଟଣାରେ ହସ୍ତକ୍ଷେପ କରି ବୃଦ୍ଧାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ପୁଲିସ୍ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ଦିନ ଠାରୁ ବୃଦ୍ଧା ଜଣକ ସେହି ଗୋଟିଏ ପୋୁଷାକରେ ହିଁ ରହିଛନ୍ତି। ତାଙ୍କୁ ଡାକ୍ତରଖାନାର ଭେଷଜ ବିଭାଗରେ ଚିକିତ୍ସା କରାଯାଉଛି। ମେଡିକାଲ୍ ପକ୍ଷରୁ ଦିନକୁ ଦୁଇ ଓଳା ଖାଇବା ପାଇଁ ଦିଆଯିବା ସହ ଭେଷଜ ବିଭାଗ ବିଶେଷଜ୍ଞ ଡା.ପ୍ରଣବାନନ୍ଦ ପାତ୍ର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ପୁଷ୍ଟିକର ଖାଇବା ଓ ପିଇବା ଅଭାବ ହେତୁ ବୃଦ୍ଧା ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ଗତକାଲି ଅପେକ୍ଷା ଆଜି ସେ ଭଲ ଥିବା ବେକଳେ ନିଜେ ଭଲ ଭାବେ ଖାଇଥିବା ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଜୟାଙ୍କ ଚିକିତ୍ସା ଚାଲିଥିବା ବେକଳେ ସୁସ୍ଥ ହେବା ପରେ ଘରୁ ବାହାର କରିଥିବା ଝିଅ ଅଞ୍ଜନା ନିକଟକୁ ଫେରିବେ ବୋଲି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରକାଶ କରିଛନ୍ତି। ସେଠାରେ ତାଙ୍କୁ ଥଇଥାନ ସହ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ତେବେ ବିଜୟାଙ୍କୁ ସାମାଜିକ ସୁରକ୍ଷା ସହ ନିଜ ଘରେ ଥଇଥାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବା ବେଳେ ବିଜୟାଙ୍କ ଭୋଟର କାର୍ଡ କିମ୍ବା ଆଧାର କାର୍ଡ ନଥିବା ତାଙ୍କ ବଡ଼ ପୁଅ ରବିନ୍ଦ୍ର କହିଛି। ଅନ୍ୟ ପକ୍ଷରେ ସେମାନଙ୍କ ପ୍ରକୃତ ଗ୍ରାମ ବ୍ରହ୍ମପୁର ନିକଟ ଗୋଳନ୍ଥରାରେ । କିନ୍ତୁ ସେଠାରେ ନିଜସ୍ବ ଘର କିଛି ନଥିବାରୁ ମଝିଆ ଭଉଣୀ ଅଞ୍ଜନା ଉପରେ ପୁରା ପରିବାର ନିର୍ଭର ଶୀଳ ହୋଇପଡ଼ିଛନ୍ତି।

ଏଭଳି ସ୍ଥିତିରେ ବିଜୟାଙ୍କୁ ପ୍ରଶାସନ କିଭଳି ସହାୟତା ପ୍ରଦାନ କରିବ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଅଞ୍ଜନାଙ୍କ ମଧ୍ୟ ଦୁଇଟି ସନ୍ତାନ ରହିବା ସହ ତାଙ୍କ ନିକଟରେ ସାନ ଭଉଣୀ ବନ୍ଦନା ରହୁଛି। ସାନ ଭଉଣୀର ଆଖିକୁ ଭଲ ଭାବେ୍ ଦେଖା ଯାଉନଥିବାରୁ ସେ ମଧ୍ୟ ଅଞ୍ଜନା ଉପରେ ନିର୍ଭର କରି ରହୁଛି। ଏଭଳି ସ୍ଥିତିରେ ଅଞ୍ଜନା ଦୁଇ ଅନ୍ଧ ଭାଇ ଭଉଣୀ ଓ ନିଜ ସନ୍ତାନ ମାନଙ୍କୁ ନେଇ କିଭଳି ପରିବାର ପ୍ରତିପୋଷଣ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ଏହି ପରିସ୍ଥିତିରେ ମାଆ ଘରକୁ ଫେରିଲେ ଘଟଣାର ପୁନରାବୃତ୍ତି ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରଶାସନ ଆଗାମୀ ଦିନରେ କିଭଳି ବିଜୟାଙ୍କୁ ସହାୟତା ପ୍ରଦାନ କରୁଛି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

ବିଜୟାଙ୍କ ବଡ଼ ପୁଅ କହିଛନ୍ତି ଯେ ଲୋକଙ୍କ ଭୁଲ ବୁଝାମଣା ଯୋଗୁ ଆମକୁ ଆକ୍ରୋଶର ଶିକାର ହେବାକୁ ପଡିଛି। ଆମେ ମାଆକୁ ମାରିବାକୁ କିମ୍ବା ସେଠାରେ ଛାଡିବାକୁ ଯାଇନଥିଲୁ। ଏତେ ଜଣ ସଦସ୍ୟଙ୍କୁ ପ୍ରତପୋଷଣ କରିବା ବିଧବା ଭଉଣୀ ତଥା ଅଞ୍ଜନା ପକ୍ଷେ ସମ୍ଭବ ନଥିବାରୁ ଗୁରୁବାର ଦିନ ଭଉଣୀ ଆମକୁ ଘରୁ ବାହାର କରିଦେବା ପରେ ସେଠାରେ କୁଡିଆ କରି ରହିବାକୁ ଯାଇଥିଲୁ। ୨୦୧୬ ମସିହାରେ ଜଗନ୍ନାଥପ୍ରସାଦର ଜଣେ ଶିକ୍ଷକଙ୍କ ଠାରୁ ଘଟଣାସ୍ଥାନରେ ରବୀନ୍ଦ୍ର ଜାଗାଟିଏ କିଣିଥିବାରୁ ମାଆଙ୍କୁ ସେଠାକୁ ଦୁଇ ଭାଇ ନେଇଥିଲୁ। ସେହି ସ୍ଥାନର ପଟ୍ଟା ପୁଲିସ୍‌କୁ ଦେଖାଇବା ସହ ମାଆକୁ ଯତ୍ନ ସହକାରେ ରଖିବା ପାଇଁ ଲିଖିତ ଭାବେ ଦେବା ପରେ ପୁଲିସ୍ ଛାଡିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର