ପୁରୀ : ରାଜ୍ୟରେ କରୋନା ସଂକ୍ରମଣ ଓ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବାହାର ଜିଲ୍ଲା ବା ରାଜ୍ୟର କୌଣସି ଲୋକଙ୍କୁ ପୁରୀ ଆସିବାକୁ ଦିଆଯିବ ନା‌ହିଁ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। କେବଳ ଜରୁରୀ କାର୍ଯ୍ୟ ଥି‌ଲେ, ଅନୁମତି‌ ନେଇ ଆସିବାକୁ ପଡ଼ିବ। କେଉଁଠି କାମ ଅଛି ତା’ର ସଠିକ୍ ବିବରଣୀ ଦେବାକୁ ହେବ। ଏଥି ପାଇଁ ପୁରୀ ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯିବ। ପୁରୀ-କଟକ ରୋଡ, ପୁରୀ- ଭୁବେନଶ୍ବର, ନୂଆ ଜଗନ୍ନାଥ ସଡ଼କ ଓ ଜଗତସିଂହପୁର ଜିଲ୍ଲା ଓ କଟକ ଜିଲ୍ଲାକୁ ସଂ‌ଯୋଗ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ କରାଯିବ।

Advertisment

publive-image

ଏବେ କରୋନା ବଢ଼ୁଥିବାରୁ ପ୍ରଶାସନ ଏଭଳି ପଦ‌କ୍ଷେପ ନେଇଛି। ବିଶେଷ କରି ପୁରୀ ଜିଲ୍ଲାକୁ ଗଂଜାମ, କଟକ ଓ ଭୁବ‌ନେଶ୍ବର ଲୋକେ ନଆସନ୍ତୁ ବୋଲି ପୁରୀ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ବାହାର ରାଜ୍ୟର ଲୋକଙ୍କୁ ମଧ୍ୟ ଅନୁମତି ମିଳିବ ନାହିଁ। ନିହାତି ଆବଶ୍ୟକ ଥି‌ଲେ ଅନୁମତି ନେଇ ଆସିବାକୁ ହେବ। ତେ‌ବେ ପୁରୀ ଜିଲ୍ଲା ଲୋକ ମେଡିକାଲ କିମ୍ବା ଅନ୍ୟ ଜରୁରୀ କାମ ଥିଲେ, ଭୁବନେଶ୍ବର କିମ୍ବା ଅନ୍ୟ ସ୍ଥାନରେ ଚାକିରି କରୁଥିବା କର୍ମଜୀବୀଙ୍କୁ ଅନୁମତି ମିଳିବ। ନିହାତି ଆବଶ୍ୟକ ନ ଥିଲେ କେହି ବାହାରକୁ ନଯିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ସେ ପଟେ କୋଣାର୍କ ମନ୍ଦିର ଦର୍ଶନ ଉପରେ ମଧ୍ୟ କଟକଣା ଲଗାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣର୍କ ମନ୍ଦିର ବୁଲିଯିବାକୁ କାହାକୁ ଅନୁମତି ମିଳିବ ନ‌ାହିଁ।

ପୁରୀ‌ରେ ବିନା ଭକ୍ତରେ ରଥଯାତ୍ରା ଶେଷ ‌ହେବା ପ‌ରେ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁରୀର ପର୍ଯ୍ୟଟନ ଶିଳ୍ପ, ହଜାର ହଜାର ଅଟୋ ଚାଳକ, ଟ୍ରାଭେଲ ଟୁର ଏଜେଣ୍ଟ୍, ବସ ମାଲିକଙ୍କ ଅବସ୍ଥା ସାଂଘାତିକ ହୋଇଛି। ଖାଇବାକୁ ନ ପାଇ ଲୋକେ ଗାଁ ମୁହାଁ ହେଲେଣି। ବ୍ୟବସାୟୀ, ହୋଟେଲ କର୍ମଚାରୀ ଓ ମାଲିକଙ୍କ ଦୁଃଖକୁ ମଧ୍ୟ ପ୍ରଶାସନ ଗୁରୁତ୍ବ ଦେବାକୁ ଦାବି ହୋଇଛି।