ଭୁବନେଶ୍ବର: ଶ୍ରୀମନ୍ଦିର ଚାରିପାର୍ଶ୍ବରେ ଗାତ ଖୋଳିିବାକୁ ନେଇ ବିବାଦ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ନିଜର ବିବୃତି ରଖିଛନ୍ତି। ଶ୍ରୀ ଆରୁଖ କହିଛନ୍ତିି, ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ତାହା ଅମୂଳକ। ପ୍ରକଳ୍ପ କାମ ଦ୍ବାରା ସେମିତି କିଛି କ୍ଷତି ହେବ ନାହିଁ । ମାର୍ଚ୍ଚ ୩୧ ତାରିଖରେ ବିଧାନସଭାର ଯେଉଁ ବିଭିନ୍ନ କମିଟି ଗଠନ ହେବ ସେହି ସମୟରେ ଶ୍ରୀମନ୍ଦିର ନେଇ ଏକ କମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୨୦୨୧ ଫେବ୍ରୁଆରି ମାସରେ ସର୍ବ ସମ୍ମତ କ୍ରମେ ସଂକଳ୍ପ ପ୍ରସ୍ତାଵ ପାରିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ବିଧାନସଭାର ଶୂନ୍ୟକାଳରେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିଥିଲା। ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା। ମାତ୍ର ବିକାଶ ନାଁ ରେ ମନ୍ଦିର ପ୍ରତି ବିପଦ ଯଦି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ। କାମ ଯୋଗୁଁ ସୃଷ୍ଟ ଭାଇବ୍ରେସନ ପାଇଁ ମନ୍ଦିରରେ ଫାଟ ସୃଷ୍ଟି ହୋଇଛି। ପୁଣି ଏଏସଆଇ ଓ ଏଏନଏମ୍ କହିଛନ୍ତି ଆମେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇ ନାହୁଁ। ପ୍ରକୃତରେ ବାସ୍ତବ କଥା କଣ ତାହା ସାମ୍ନାକୁ ଆସିବା ଦରକାର। ତେଣୁ ବିଧାନସଭା ଏକ କମିଟି ଗଠନ କରି ପୁରୀ ପଠାଇବା ପାଇଁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଦାବି କରିଥିଲେ। ସେହିପରି ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ବିଧାନସଭା କମିଟି ଗଠନ କରିବାକୁ ଦାବି ଜଣାଇଥିଲେ।
ସେପଟେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ପ୍ରକୃତରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି କି ନାହିଁ ସେ ନେଇ ଲୋକଙ୍କ ସନ୍ଦେହ ଦୂର କରିବା ସରକାରଙ୍କ ଦାୟିତ୍ୱ। ତେଣୁ ବାଚସ୍ପତି ବିଧାନସଭାର କମିଟି ଗଠନ କରିବାକୁ ରୁଲିଂ ଦିଅନ୍ତୁ ବୋଲି ସେ କହିଥିଲେ । ଅନ୍ୟପଟେ ଗୃହର ମଧ୍ୟ ଭାଗରେ ବିଜେପିର ସମସ୍ତ ସଦସ୍ୟ ପ୍ରତିବାଦ କରିଥିଲେ।
ଏହାଛଡ଼ା ପଞ୍ଚାୟତ ଓ ପୌର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଅଧିକାରୀମାନଙ୍କ ଅଭିନନ୍ଦନ ନେଇ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ସେ କହିଥିଲେ ଯେ ଭବିଷ୍ୟତରେ ଏଭଳି ଘଟଣା ଯେପରି ପରେ କେବେ ନ ଘଟେ, ସେଥିଲାଗି ବାଚସ୍ପତି ରୁଲିଂ ଦେବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/c8818334-b9cf-494a-824d-a57fcc680547.jpg)