ଉଦୟପୁର : ଶ୍ରମିକଙ୍କ ପାଇଁ ଅନେକ ସୁବିଧା ବ୍ୟବସ୍ଥା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ମୃତ୍ୟୁକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ଜଣେ ମହିଳା ଶ୍ରମିକଙ୍କ ପରିବାରକୁ ସହାୟତା ରାଶି ମିଳିପାରି ନାହିଁ।

Advertisment

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଗୋଜିଟାଙ୍ଗରୀ ଗ୍ରାମର ଗୁଣାନିଧି ମହାନ୍ତ ଜଣେ ନିର୍ମାଣ ଶ୍ରମିକ ଭାବରେ କାମ କରୁଥିଲେ। ୫ ବର୍ଷ ପୂର୍ବରୁ ତାଙ୍କୁ ସରକାରଙ୍କ ତରଫରୁ ଶ୍ରମିକ କାର୍ଡ ମିଳିଛି । କୋରନା ସମୟରେ ସରକାରଙ୍କ ତରଫରୁ ଦୁଇ ଥର ସହାୟତା ପାଇଥିଲେ। ମାତ୍ର ୨୦୨୨ ଏପ୍ରିଲ ମାସ ୨୬ ତାରିଖରେ ଗୁଣନିଧିଙ୍କ ପତ୍ନୀ ଭାଗ୍ୟବତୀ ମହାନ୍ତ(୪୭)ଙ୍କର ମାରାତ୍ମକ କର୍କଟରୋଗରେ ମୃତ୍ୟୁ ଘଟିଲା। ଗୁଣନିଧି ଶ୍ରମ କାର୍ଡର ସହାୟତା ପାଇଁ ଶ୍ରମ ବିଭାଗକୁ ଆବେଦନ କରିଛନ୍ତି। ତାଙ୍କ ଦରଖାସ୍ତ ଗ୍ରହଣ କରାଗଲା ବୋଲି ୨୦୨୨ ନଭେମ୍ବର ୨୬ ତାରିଖରେ ଏକ ମେସେଜ୍ ଆସିଥିଲା। ହେଲେ ‌ଆଜି ପର୍ଯ୍ୟନ୍ତ ସହାୟତା ରାଶି ମିଳି ପାରି ନାହିଁ। ବହୁ ଥର ଶ୍ରମ ବିଭାଗ ଅଫିସକୁ ଦୌଡ଼ିଦୌଡ଼ି ନିରାଶ ହେଲେଣି। ତୁରନ୍ତ ତାଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।