ସ୍ବାଧୀନତା ଦିବସରେ ‘ଆଟ୍ ହୋମ’ କାର୍ଯ୍ୟକ୍ରମ କରିବେନି ରାଜ୍ୟପାଳ

ଭୁବନେଶ୍ବର : ଆସନ୍ତା ସ୍ବାଧୀନତା ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଟ୍ ହୋମ୍ କାର୍ଯ୍ୟକ୍ରମ କରିବେ ନାହିଁ। ‘ଫନି’ ବାତ୍ୟାରେ ରାଜ୍ୟରେ ଧନଜୀବନ ହାନି ହୋଇଥିବାରୁ ରାଜ୍ୟବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ୍ ଏହି ନିଷ୍ପତ୍ତି ନେଇଥିବା ରାଜଭବନ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ପ୍ରକାଶଥାଉକି, ପ୍ରତିବର୍ଷ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଆଟ୍ ହୋମ କାର୍ଯ୍ୟକ୍ରମ ଜରିଆରେ ରାଜଭବନ ନିମନ୍ତ୍ରଣ କରି ସେମାନଙ୍କ ସହ ଉତ୍ସବ ପାଳନ କରିବା ସହ ଆତିଥ୍ୟ ସତ୍କାର କରିଥାନ୍ତି।

ସମ୍ବନ୍ଧିତ ଖବର