କଟକ: ଭୁବନେଶ୍ବର ଖଣ୍ଡଗିରି ବାରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ୍ ଆଶ୍ରମ ଉଚ୍ଛେଦ ପ୍ରସଂଗରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ବୈକୁଣ୍ଠନାଥଧାମ୍ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଇଷ୍ଟେଟ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଭୁବନେଶ୍ବର ଉପଜିଲ୍ଲାପାଳ, ତହସିଲଦାର, ଡିସିପି, ବିଡିଏ, ବିଏମସି, ଭରତପୁର ଥାନା ଆଇଆଇସି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଘାଟିକିଆ ମୌଜାର ଖାତା ନମ୍ବର ୨୩୩୩, ପ୍ଲଟ ନମ୍ବର ୧୨୧୫ରେ ନିର୍ମିତ ଆଶ୍ରମକୁ ୨୦୨୪ ଡିସେମ୍ବର ୧୨ ତାରିଖ ଯାଏଁ ଭଙ୍ଗାଯାଇପାରିବନି ବୋଲି ହାଇକୋର୍ଟ କହିଛନ୍ତି।
ଆସନ୍ତାକାଲି (ଶୁକ୍ରବାର) ଦିନ ପୂର୍ବାହ୍ଣରେ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା କରିଥିଲା। ଜିଏ, ବିଡିଏ ଓ କମିସନରେଟ୍ ପୁଲିସର ମିଳିତ ଉଦ୍ୟମରେ ଏହି ଆଶ୍ରମକୁ ଭଙ୍ଗାଯିବ ବୋଲି କହିଥିଲା। ଏହି ଆଶ୍ରମ ମାଟିରେ ମିଶିବା ପୂର୍ବରୁ ବିଡିଏ କଡ଼ା ନିର୍ଦ୍ଦେଶ ଜାରି କରିଥିଲା। ଆଶ୍ରମ ଖାଲି କରିବା ପାଇଁ ମାଇକ୍ ମାଧ୍ୟମରେ ଘୋଷଣା କରିଥିଲା।
ସୂଚନାଯୋଗ୍ୟ, ରାଜଧାନୀର ଛାତି ଉପରେ ତଥା ଭୁବନେଶ୍ୱର ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ନିର୍ମାଣ ହୋଇଛି। ଏଠାରେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଲୀଳାଖେଳା କରୁଥିଲେ। ସେ ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ। ବାବାଙ୍କ ପ୍ରବଚନ ଶୁଣିବା ପାଇଁ ଭକ୍ତମାନଙ୍କର ପ୍ରବଳ ଭିଡ଼ ଜମୁଥିଲା। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ବାବାଙ୍କ ଆଶୀର୍ବାଦ ନେଉଥିଲେ। ଭକ୍ତମାନେ ପ୍ରବଳ ଭକ୍ତି କରୁଥିଲେ।
ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ନିର୍ମାଣ ହୋଇଛି। ଏଠାରେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଲୀଳାଖେଳା କରୁଥିଲେ। ସେ ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ। ନିକଟରେ ବାବାଙ୍କ ଗୋଟିଏ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଏତେ ବଢ଼ିଥିଲା ଯେ, ରାଜ୍ୟବ୍ୟାପି ଚର୍ଚ୍ଚା ହେଉଛି। ବିବାଦର ମୂଳ କାରଣ ଥିଲା କୁନି ବାବାଙ୍କ ପାଦ ତଳେ ତୁଳସୀ ଥିବା ଦେଖିବାକୁ ମିଳିଥିଲା। ଫଳରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ ପରେ ଭରତପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା। ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।
ଆଶ୍ରମ ଓ ଆଖପାଖ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା। ବାବା ଓ ତାଙ୍କ ପରିବାରର ଲୋକେ ରାତି ଅଧିଆ ଚମ୍ପଟ ମାରିଥିଲେ। ବାବା ଫେରାରମାରିବା ପରେ ଆଶ୍ରମ ନିର୍ମାଣ କରାଯାଇଥିବା ଜମିକୁ ନେଇ ବିବାଦ ଦେଖାଦେଇଥିଲା। ଆଶ୍ରମଟି ସରକାରୀ ଜମିରେ ତିଆରି ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ବିଏମ୍ସି ଓ ବିଡିଏ ତତ୍ପର ହୋଇଥିଲା। ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ଦିନ ତଳେ ଆଶ୍ରମରେ ମାପଜୁପ ହୋଇଥିଲା। ମାପଚୁପ ପରେ ସ୍ପଷ୍ଟ ହୋଇଥିଲା ଯେ, ଏହି ଆଶ୍ରମ ସରକାରୀ ଜମିରେ ଛିଡ଼ା ହୋଇଛି। ଶେଷରେ ପ୍ରଶାସନ ଏହି ଆଶ୍ରମ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି, ଯାହା ଆସନ୍ତାକାଲି (ଶୁକ୍ରବାର) କରାଯିବ।
ନାବାଳକଙ୍କୁ କଳ୍କୀ ଅବତାର ଭାବେ ପୂଜାର୍ଚ୍ଚନା କରାଯାଉଥିବା ଖଣ୍ଡଗିରିବାରିସ୍ଥିତ ଶ୍ରୀବୈକୁଣ୍ଠଧାମ ଆଶ୍ରମ ବାହାରେ ବୁଧବାର ଜୋର୍ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ କୁନିବାବାଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର ଓ ଆଶ୍ରମର ଅଧ୍ୟକ୍ଷ ପାଣ୍ଡବ ପରିଡ଼ାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଥାନାରେ ଅଭିଯୋଗକୁ ୭ଦିନ ବିତିଥିଲା ବେଳେ ଶ୍ରୀ ମିଶ୍ର, ଶ୍ରୀ ପରିଡ଼ା ଓ ବାବା ଅନନ୍ତ ମାଧବଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ଖୋଜଖବର ମିଳିନାହିଁ। ଏଥିରେ ଉତ୍ତ୍ୟକ୍ତ ହୋଇ ରାଜ୍ୟ ସମାଜସେବୀ ମହାସଂଘ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ସ୍ଥାନୀୟ ଲୋକେ ଆଶ୍ରମ ଫାଟକ ସମ୍ମୁଖରେ ନାରାବାଜି କରିବା ସହିତ କୁଶପୁତ୍ତଳିକା ଦାହ କରିଥିଲେ।