ଗଞ୍ଜାମରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ: ଜିଲ୍ଲାପାଳ

ଗଞ୍ଜାମ: ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ବଢ଼ୁଥିଲେ ବି ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ | ଯେଉଁ ସବୁ ପଜିଟିଭ ମାମଲା ଆସୁଛି ସେମାନଙ୍କର ସିଧାସଳଖ ସମ୍ପର୍କ ପ୍ରବାସୀ ଫେରନ୍ତାଙ୍କ ସହ ରହିଛି | ସବୁ ପଜିଟିଭ ମାମଲାର ଯାତ୍ରା ବିବରଣୀ ପ୍ରବାସୀ ଫେରନ୍ତାଙ୍କ ସହ ସମ୍ପର୍କ ରଖୁଥିବାରୁ ଭୟଭୀତ ନହେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି |

ତଥାପି ଜିଲ୍ଲାବାସୀ ସତର୍କ ରହିବାକୁ ଓ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି)ଠାରୁ ଦୂରତା ନିର୍ବାହ କରିବାକୁ ଜିଲ୍ଲାପାଳ କହିଛନ୍ତି | ଯେଉଁମାନେ ହୋମ କ୍ଵାରାଣ୍ଟିନରେ ଅଛନ୍ତି ସେମାନଙ୍କ ପାଖକୁ ନ ଯିବା ସହ ଲକଡାଉନ ଗାଇଡଲାଇନ ମାନିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି |


ଏଠାରେ ସୂଚନା ଥାଉ କି ଖବର ଲେଖା ହେବା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ସମୁଦାୟ ୪୫୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩୩୮ ଜଣ ସୁସ୍ଥ ହୋଇଛନ୍ତି | ୧୧୭ଟି ସକ୍ରିୟ ମାମଲା ଥିବାବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର