ଟଳିଲା କରୋନା ଆତଙ୍କ : ଏସ୍‌ସିବିରେ ଭର୍ତ୍ତି କାନପୁର ଦମ୍ପତିଙ୍କ ରିପୋର୍ଟ ନେଗେଟିଭ୍‌

କଟକ : କରୋନା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି ହୋଇଥିବା କାନପୁରର ଦମ୍ପତିଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଯାହାଫଳରେ କରୋନା ଆତଙ୍କ ଟଳିଛି। ତଥାପି ଉକ୍ତ ଦମ୍ପତିଙ୍କୁ ୧୧ତାରିଖ ପର୍ଯ୍ୟନ୍ତ ଏସ୍‌ସିବିରେ ରଖାଯିବ। ସେମାନଙ୍କ ଉପରେ ନଜର ରଖାଯାଇ ସମସ୍ତ ସନ୍ଦହରୁ ମୁକ୍ତ ହେବା ପରେ ଘରକୁ ପଠାଇ ଦିଆଯିବ ବୋଲି ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ୩ତାରିଖ ଅପରାହ୍ନରେ ଏହି ଦମ୍ପତିଙ୍କୁ ପାରାଦୀପରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଅଣାଯାଇ ଏସ୍‌ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି। ଏଥିସହ ଗତକାଲି ରକ୍ତ ଓ ଲାଳର ନମୁନା ପରୀକ୍ଷା ପୁନେ ପଠାଯାଇଥିବା ବେଳେ ଆଜି ତା’ର ରିପୋର୍ଟ ଆସିଛି।

ସୂଚନାଯୋଗ୍ୟ, ଗତକାଲି ଚୀନ୍‌ରୁ ଆସିଥିବା କେମେଷ୍ଟାର୍‌ ସେଲର୍‌ ନାମକ ଜାହାଜରେ ଦ୍ବିତୀୟ ଇଂଜିନିଅର ଭାବେ କାର୍ଯ୍ୟରତ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ଦମ୍ପତିଙ୍କୁ କରୋନା ସଂକ୍ରମଣ ସନ୍ଦେହ କରାଯାଇଥିଲା। ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରି ସଂପୃକ୍ତ ଇଂଜିନିୟର୍‌ ଦମ୍ପତିଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିକୁ ପଠାଇଥିଲେ। ଏସ୍‌ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡ‌ରେ ଦମ୍ପତିଙ୍କୁ ଅଲଗା ରଖାଯାଇଛି।

ସମ୍ବନ୍ଧିତ ଖବର