ଭୁବନେଶ୍ବର: କାର୍ତ୍ତିକ ମାସ ସରିଲେ ଛାଡ଼ଖାଇକୁ ଅପେକ୍ଷା କରିଥାନ୍ତି ଆମିଷାଶୀ ଲୋକେ ଏବଂ ଆମିଷ ବ୍ୟବସାୟୀ। କିନ୍ତୁ ଏଥର ଛାଡ଼ଖାଇ ଶନିବାରରେ ପଡ଼ିଥିବାରୁ ଲୋକଙ୍କ ମନରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇନାହିଁ। ଏହାଛଡ଼ା ବେପାର ମାନ୍ଦା ଥିବାରୁ ଆମିଷ ବ୍ୟବସାୟୀ ବି ଖୁସି ନଥିବା କୁହାଯାଉଛି।
ଆସନ୍ତାକାଲିକୁ ଅପେକ୍ଷା କରିଛନ୍ତି ବେପାରୀ। କାଲି ରବିବାର ହୋଇଥିବାରୁ ଭଲ ବ୍ୟବସାୟ ହେବ ଏବଂ ରୋଜଗାର ହେବ ବେପାରୀ ଆଶା ରଖିଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।
ଆଜି ମାଂସ କିଲୋ ୭ ଶହ ଟଙ୍କା ଥିବା ବେଳେ ଇଲିସି ୭ ଶହରୁ ହଜାରେ ଟଙ୍କାରେ ବିକ୍ରି ହେଉଛି। ସେହିପରି ନଦୀ କଣ୍ଟିଆ ୩୨୦ଟଙ୍କା, ପୋହଳା ମାଛ ୨ଶହ ଟଙ୍କା, ପାମ୍ପଲେଟ ୩୫୦ ଟଙ୍କା ହୋଇଥିବା ବେଳେ କଙ୍କଡା ୨ଶହରୁ ୧୪ଶହ ଟଙ୍କାରେ ବିକ୍ରି ହେଉଛି ।