ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାରେ କୌଣସି ବିପଦ ନାହିଁ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। କେବଳ ରାଜ୍ୟରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ କାଳବୈଶାଖୀ ହେବାର ସମ୍ଭାବନା ଅଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

Advertisment

ସେ କହିଛନ୍ତି, ଏହାକୁ ଦୃଷ୍ଟିରେ ରଖି ୨୩ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ସହ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ମାନଙ୍କୁ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଏହାଫଳରେ ଅବଶ୍ୟ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କମ୍ ରହିବ।