ସ୍ନାନ ପୂର୍ଣ୍ଣିମା ନୀତି ସମ୍ପର୍କରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯ଼ାଇନାହିଁ :  ପୁରୀ ଜିଲ୍ଲାପାଳ

ଭୁବନେଶ୍ବର :  ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ନୀତି ଆୟୋଜନ ନେଇ ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯ଼ାଇନାହିଁ । ତେବେ ଏ ନେଇ ସେବାୟତ ଓ ଅନ୍ୟପକ୍ଷମାନଙ୍କ ସହ ଆଲୋଚନା ଚାଲିଛି ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ଗଣମାଧ୍ୟମକୁ ସେ କହିଛନ୍ତି ଯ଼େ ଦେବସ୍ନାନ ପୂର୍ଣ୍ଣିମା ଆୟୋଜନ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯ଼ାଇଛି । ସେଥିରେ ସ୍ନାନ ପୂର୍ଣ୍ଣିମା ନୀତି ସହ ଜଡ଼ିତ ସେବାୟତମାନେ ଯ଼ୋଗ ଦେଇଥିଲେ । କୋଭିଡ୍ ଗାଇଡଲାଇନ ସହ କିପରି ଏହା ଆୟୋଜନ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ସେବାୟତମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ମାତ୍ର ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯ଼ାଇନାହିଁ । ତେବେ ଖୁବଶୀଘ୍ର ଏ ସମ୍ପର୍କରେ ନିଷ୍ପତ୍ତି
ନିଆଯ଼ିବ ବୋଲି ସେ କହିଛନ୍ତି ।

ଚଳିତ ବର୍ଷ ଜୁନ ୨୪ ତାରିଖରେ ସ୍ନାନ ପୂର୍ଣ୍ଣିମା ପଡ଼ୁଛି । ଗତ ବର୍ଷ କୋଭିଡ କଟକଣା ପାଇଁ ବିନା ଶ୍ରଦ୍ଧାଳୁରେ ସ୍ନାନ ଯ଼ାତ୍ରା ନୀତି ଆୟୋଜନ କରାଯ଼ାଇଥିଲା ।

ସମ୍ବନ୍ଧିତ ଖବର