ରାଇରଙ୍ଗପୁର: ଜଳ ହିଁ ଜୀବନ। ହେଲେ ପାନୀୟ ଜଳ ଅନବରତ ଭାବେ ଗାଁ ମୁଖ୍ୟ ରାସ୍ତା ଉପରେ ଦିନରାତି ବହିବାରେ ଲାଗିଛି। ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା କୁସୁମୀ ବ୍ଲକ ଜୟପୁର ଗାଁରେ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ଗାଁରେ ପାଇପ ଲାଇନ ମାଧ୍ୟମରେ ପାନୀୟ ଜଳ ଯୋଗାଣ କରାଯାଉଛି। ହେଲେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦ୍ବାରା ପାଇପ ଲାଇନ ସଂଯୋଗରେ ତ୍ରୁଟି ରହିଯାଇଥିଲା, ଯାହା ଦ୍ବାରା ପାନୀୟ ଜଳ ଯୋଗାଣ ଚାଲିଥିବା ସମୟରେ ପାନୀୟ ଜଳ ବିଭିନ୍ନ ସ୍ଥାନରୁ ପାଇପ ଗୁଡ଼ିକରୁ ବାହାରି ଗାଁ ରାସ୍ତା ଉପରେ ବୋହୁଥିବା ଦୃଶ୍ୟ ପ୍ରତି ଦିନ ଦେଖିବାକୁ ମିଳିଥାଏ। ସେଥିପାଇଁ ଗାଁ ରାସ୍ତା ସମ୍ପୂର୍ଣ୍ଣଭାବେ କାଦୁଅ ହୋଇଯାଇଛି। ଏ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଅବଗତ କରିଥିଲେ ମଧ୍ୟ କୌଣସି ଫଳ ମିଳୁନାହିଁ। ଫଳରେ ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗାଁ ମଝିରେ କୃତ୍ରିମ ଝରଣା: ରାସ୍ତାର ଅବସ୍ଥା ବେହାଲ
/sambad/media/post_attachments/wp-content/uploads/2024/05/6039b971-259f-452d-8fca-6806ae7ab051.jpeg)