ରାତି ପାହିଲେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର: ଗଞ୍ଜୁଗୁଡ଼ାରେ କୁନିକୁନି ପିଲାଙ୍କ ପାଇଁ ନାହିଁ ପାନୀୟ ଜଳ ବ୍ୟବସ୍ଥା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତ ୪ ନମ୍ବର ୱାର୍ଡର ଗଞ୍ଜୁଗୁଡ଼ା ଗ୍ରାମରେ ଥିବା ଆଦର୍ଶ ଅଙ୍ଗୱାଡ଼ି କେନ୍ଦ୍ରରେ ଛୋଟ ଛୋଟ ପିଲାଙ୍କ ନିମନ୍ତେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇନାହିଁ। ସରକାର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ ପିଇବା ପାଣିର ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ପାଣି ଟାଙ୍କିର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଏହି ଅଙ୍ଗନୱାଡ଼ି ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇନାହିଁ। କହିବାକୁ ଗଲେ ବିଭାଗୀୟ ଅଧିକାରୀମାନେ ଏହି ଅଙ୍ଗନବାଡି କେନ୍ଦ୍ରର କୁନି କୁନି କୋମଳମତି ଶିଶୁ ମାନଙ୍କର ସ୍ୱାସ୍ଥ୍ୟ କୁ ନେଇ ଖେଳ ଖେଳୁଛନ୍ତି।

ଦେଶର ଭବିଷ୍ୟତଙ୍କ ଜୀବନ ସହ ଏକ ପ୍ରକାର ଖେଳ ଚାଲିଥିବା ଅଭିଯୋଗ ହୋଇଛି। ଏହି ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ଦୁଇଟି ନଳକୂପ ଅଛି। କିନ୍ତୁ ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ବ ହେବ ଏହା ପିଇବା ଉପଯୋଗୀ ନୁହଁ।  କଳଙ୍କି ଏବଂ ଲୌହଯୁକ୍ତ ପାଣି ବାହାରୁଥିବା ଯୋଗୁଁ  ବିଭାଗୀୟ ଅଧିକାରୀ ଆସି  ନାଲି ରଙ୍ଗରେ ଛକି ମାରି ଚିହ୍ନଟ କରିଯାଇଛନ୍ତି।  କିନ୍ତୁ ତା ପରିବର୍ତ୍ତେ ଏକ ନୂତନ ନଳକୂପ ଖନନ କରାଯିବ ବୋଲି କହି ଆଜକୁ ୬ମାସ ବିତିଗଲାଣି କିନ୍ତୁ ନୂତନ ନଳକୂପ ଖନନ କରାଗଲା ନାହିଁ ।   ଏଣୁ ଛୋଟ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ କୁ ଦୃଷ୍ଟିରେ ରଖି ଯଥାଶୀଘ୍ର  ଗଞ୍ଜୁଗୁଡ଼ା ଆଦର୍ଶ ଅଙ୍ଗନୱାଡ଼ି ନିମନ୍ତେ ଏକ ନୂତନ ନଳକୂପ ଖନନ କରିବା ସଙ୍ଗେ ସଙ୍ଗେ ପାଣି ଟାଙ୍କି ର ବ୍ୟବସ୍ଥା କରିବା ନିମନ୍ତେ ଗଞ୍ଜୁଗୁଡା ବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର