ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରୀମାହା ପଞ୍ଚାୟତ ର ତଳ ବାଲୁମାହା ଗ୍ରାମର ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନା ରେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରିବା ସତ୍ତ୍ୱେ ଟୋପାଏ ପିଇବା ପାଣି ପାଇଁ ୧୦୦ ପରିବାର ଡହଳ ବିକଳ ହେଉଛନ୍ତି।ଯୋଜନା ଦିଗହରା ହୋଇ ବନ୍ଦ ପଡିଛି।ବସୁଧା ଯୋଜନା ରେ ଓଭରହେଡ ଟ୍ୟାଙ୍କ,ପମ୍ପ ହାଉସ ନିର୍ମାଣ ସହ ସାହିକୁ ପାଇପ ଲାଇନ ବିଛା ଯାଇ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ହୋଇଛି ହେଲେ ପାଣି ଆସୁନି।ଫେଲ ମାରିଛି ବସୁଧା ଯୋଜନା ଦୁଇ ମାସରୁ ଉର୍ଦ୍ଧ ହେଲା ପାଣି ଆସୁନି ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏବଂ ତଲାରୀମାହା ସମିତି ସଭ୍ୟ ଉମେଶ ପ୍ରଧାନ।ପମ୍ପ ହାଉସ,ଓଭର ହେଡ ଟ୍ୟାଙ୍କ ରେ ସବୁଜ ରଙ୍ଗ ମରାଯାଇ ସୌନ୍ଦର୍ଯ୍ୟ ବୃଦ୍ଧି କରି ଅର୍ଥ ବ୍ୟୟ କରାଯାଇଛି ହେଲେ ଏହି ଯୋଜନାରୁ ଲୋକ ଉପକାର ପାଇପାରୁନଥିବା ପରିତାପର ବିଷୟ।ବସୁଧା ଯୋଜନାରୁ ଲୋକ କିଭଳି ଉପକୃତ ହେବେ ସେଥିପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp