ଘୁ.ଉଦୟଗିରି: ବିନା ବିଦ୍ୟୁତରେ ଚାଲିଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରୀମାହା ପଞ୍ଚାୟତର ବାଲୁମାହା ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ। ଏହି ଶିକ୍ଷାନୁଷ୍ଠାନ ଜାତୀୟ ରାଜପଥକଡରେ ଅବସ୍ଥିତ। ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ନିମନ୍ତେ ସରକାରୀ ଅନୁଦାନ ପ୍ରାପ୍ତ ପରେ ବିଦ୍ୟାଳୟ ସମସ୍ତ ଶ୍ରେଣୀ ଗୃହକୁ ତାର ବିଛାଯାଇ ପ୍ରସ୍ତୁତ କରି ବିଦ୍ୟୁତ ସଂଯୋଗ ନିମନ୍ତେ ଅନଲାଇନରେ ଆବେଦନ କରି ଗତ୨୦୨୩ମଇ ମାସରେ ୬୨୦୦ ଟଙ୍କା ଦାଖଲ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ।
ଇତିମଧ୍ୟରେ ୧୪ମାସ ବିତିଗଲାଣି ହେଲେ ବିଦ୍ୟୁତ ସଂଯୋଗ ହୋଇପାରିନି। ତଲାରୀମାହା ସମିତି ସଭ୍ୟ ଉମେଶ ଚନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଦ୍ୟାଳୟର ବିଦ୍ୟୁତ ସଂଯୋଗ ପାଇଁ ଘୁ.ଉଦୟଗିରି ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ଏକାଧିକ ଥର ଅଭିଯୋଗ କରିଛୁ, କିନ୍ତୁ ସଂସ୍ଥା ଦ୍ବାରା ଆଜି ଯିବୁ କାଲି ଯିବୁ କହି କହି ଭଣ୍ଡେଇ ଚାଲିଛନ୍ତି।ତୁରନ୍ତ ଏହି ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/IMG-20240704-WA0254.jpg)