ଭୁବନେଶ୍ୱର: ଓଡ଼ିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ଆଶ୍ବସ୍ତି | ଏ ବର୍ଷ ବଢିବ ନାହିଁ ବିଦ୍ୟୁତ ଦର | ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ ଏହି ସୂଚନା ଦିଆଯାଇଛି | ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି | ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଥିବାବେଳେ ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୪ ଟଙ୍କା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ଟଙ୍କା ୮୦ ପଇସା, ୪୦୦ ୟୁନିଟରୁ ଅଧିକ ପାଇଁ ୟୁନିଟ ପିଛା ଦର ୬ଟଙ୍କା ୨୦ ପଇସା ସ୍ଥିର କରାଯାଇଛି |
ସେହିପରି ଡିଜିଟାଲ ପେମେଣ୍ଟ କଲେ ଘରୋଇ ଉପଭୋକ୍ତାଙ୍କୁ ୩ ପ୍ରତିଶତ ବଦଳରେ ୪ ପ୍ରତିଶତ ରିହାତି ମିଳିବ | ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ | ସେହିଭଳି ରେଳ ମନ୍ତ୍ରାଳୟକୁ ରେଳ କ୍ଷେତ୍ରର ବିକାଶ ପାଇଁ ୟୁନିଟ ପିଛା ୨୫ ପଇସା ରିହାତି ଦିଆଯିବ | ସେହିପରି ବଡ ନିଷ୍ପତ୍ତି ଭାବରେ ବିଳମ୍ବରେ ବିଲ ପୈଠ କଲେ ଯେଉଁ ପେନାଲଟି ବା ଜରିମାନା ପଡୁଥିଲା ତାହାକୁ ଛାଡ କରିଦିଆଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/47199107-dffd-4fe1-be66-55c9425b5d2b.jpg)