କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ : ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ କୌଣସି ପ୍ରମାଣ ମିଳୁନାହିଁ

କଟକ: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ ଆସିଛି । କୋରାପୁଟର କୁନ୍ଦୁଲି ଅଂଚଳରେ ଏକ ଜଙ୍ଗଲ ଭିତରେ ନାବାଳିକାଙ୍କୁ ସୁରକ୍ଷା କର୍ମୀ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ତୁମ୍ବି ତୋଫାନ ମଧ୍ୟ ଜାରି ରହିଛି । କିନ୍ତୁ ଆଜି ଏହି ଘଟଣାରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଛନ୍ତି ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପ । ସେ କହିଛନ୍ତି, ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ କୌଣସି ପ୍ରମାଣ ମିଳୁନାହିଁ ।

ସେ ନିଜେ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ ଏଭଳି ଏକ ନିଷ୍କର୍ସରେ ପହଞ୍ଚିଛନ୍ତି ବୋଲି କହିଛନ୍ତି। ମେଡିକାଲ ରିପୋର୍ଟରୁ ମଧ୍ୟ କୌଣସି ପ୍ରମାଣ ମିଳୁ ନ ଥିବା ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପ କହିଛନ୍ତି । ସେପଟେ ଡିଜି ପୁଲିସ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଘଟଣା ଘଟିଥିବା ଅଂଚଳରେ ସୁରକ୍ଷା କର୍ମୀଙ୍କ କୌଣସି ଚଳପ୍ରଚଳ ନଥିଲା । ଏହି ମନ୍ତବ୍ୟ ସଂପୂର୍ଣ୍ଣ ମାମଲାକୁ ଏକ ନୂଆ ମୋଡ ଦେଇଛି ।

ଅନ୍ୟପଟେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ପୁଲିସ ଡିଜି ଆର.ପି.ଶର୍ମା । ସେ କହିଛନ୍ତି, ଗଣଦୁଷ୍କର୍ମ ଘଟଣାର ତଦନ୍ତ ସଠିକ ଭାବେ ଚାଲିଛି । ଏହାସହ ସାଇଣ୍ଟିଫିକ ଟିମର ରିପୋର୍ଟ ଆଧାରରେ ତଦନ୍ତ ଅଗ୍ରଗତି କରୁଛି । କ୍ରାଇମବ୍ରାଞ୍ଚ ଓ କୋରାପୁଟ ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର