କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କ ଅନ୍ୟତମ ବଡ଼ ଯୋଜନା ‘କାଳିଆ’ ମାଧ୍ୟମରେ ଆଜି ୩.୫ ଲକ୍ଷ ଚାଷୀ ସହାୟତା ପାଇଛନ୍ତି। ସେମାନଙ୍କ ଆକାଉଣ୍ଟକୁ ଦ୍ୱିତୀୟ ପର୍ଯ୍ୟାୟରେ ସିଧାସଳଖ ଟଙ୍କା  ପଠାଯାଇଛି। କେନ୍ଦ୍ରାପଡ଼ାରେ ଆୟୋଜିତ ଚାଷୀ ସମାବେଶରେ ଯୋଗ ଦେଇ  କାଳିଆ ଯୋଜନା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର  କହିଛନ୍ତି। ଏଥିସହ କେନ୍ଦ୍ରାପଡ଼ା ସ୍ୱର୍ଗତ ବିଜୁବାବୁଙ୍କର କର୍ମଭୂମି  ଏବଂ  ତାଙ୍କର କେନ୍ଦ୍ରାପଡ଼ା ପ୍ରତି ସ୍ବତନ୍ତ୍ର ଆକର୍ଷଣ ରହିଛି  ବୋଲି ସେ  କହିଛନ୍ତି।

Advertisment

publive-image

କେନ୍ଦ୍ରାପଡ଼ା  ଚାଷୀ ମହାସମାବେଶରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ନିକଟରେ କେନ୍ଦ୍ର ସରକାର ଚାଷୀଙ୍କ ଲାଗି ‘ପ୍ରଧାନମନ୍ତ୍ରୀ କିଷାନ’ ଯୋଜନା ଆରମ୍ଭ କରିଛନ୍ତି କିନ୍ତୁ ଏଥିରେ ଭୂମିହୀନ ଚାଷୀଙ୍କ ପାଇଁ କିଛି ନାହିଁ। ସେହି ଯୋଜନାରେ ଭୂମିହୀନ ଚାଷୀଙ୍କୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲିି। ଭୂମିହୀନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ମୁଁ କେନ୍ଦ୍ର ସରକାରଙ୍କୁ ଦାବି କରିଛି । ଚାଷୀମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ।

ମହାସମାବେଶକୁ ଉଦ୍‌ବୋଧନ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ଜମ୍ମୁ କଶ୍ମୀରର ପୁଲଓ୍ମାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।