କଟକ : ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ନିମ୍ନ ଅଦାଲତରେ ୧୪୮ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର(ଏପିପି) ଯୋଗ ଦେଇଛନ୍ତି। ସମସ୍ତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ରିପୋର୍ଟ କରିବା ପରେ ଏହି ଏପିପିମାନେ ବିଭିନ୍ନ ଅଦାଲତରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ଆରମ୍ଭ କରିଛନ୍ତି। ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନ୍(ଓପିଏସସି) ଦ୍ୱାରା ଅନୁଷ୍ଠିତ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଗ୍ରୁପ୍-ବି’ ଓଡ଼ିଶା ଷ୍ଟେଟ୍ ପ୍ରସିକ୍ୟୁସନ୍ ସର୍ଭିସ୍ କ୍ୟାଡରରେ ଏହି ଏପିପିମାନେ ନିଯୁକ୍ତି ପାଇଛନ୍ତି। କ୍ରିମିନାଲ ପ୍ରସିକ୍ୟୁସନ୍ ବ୍ୟବସ୍ଥାକୁ ଅଧିକ ଦୃଢ ଓ ସ୍ୱଚ୍ଛ କରିବା ପାଇଁ କ୍ୟାଡର ଏପିପିଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି କୁହାଯାଉଛି। କିନ୍ତୁ ନୂଆ କରି ଯୋଗ ଦେଇଥିବା ଏପିପିଙ୍କ ପାଇଁ ଅଧିକାଂଶ ସ୍ଥାନରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ନବ ନିଯୁକ୍ତ ୧୪୮ଜଣ ଏପିପିଙ୍କ ମଧ୍ୟରେ ଅନେକ ମହିଳା ରହିଥିବା ବେଳେ କାର୍ଯ୍ୟାଳୟରେ ମୌଳିକ ସୁବିଧା ଅଭାବରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପିପିମାନେ କେଉଁଠି ବସି ନିଜକୁ ମାମଲା ପରିଚାଳନା ପାଇଁ ପ୍ରସ୍ତୁତ କରିବେ, କେଉଁ ସ୍ଥାନରେ ବିଶ୍ରାମ ନେବେ, କେଉଁଠି ଫାଇଲ ରଖିବେ ସେ ନେଇ କିଛି ବି ବ୍ୟବସ୍ଥା ନାହିଁ। ସବୁ ସ୍ଥାନରେ ସମାନ ଅବସ୍ଥା ବୋଲି ଅଭିଯୋଗ ହୋଇଛି। ଏ ନେଇ ଓଡ଼ିଶା ପ୍ରସିକ୍ୟୁସନ୍ ସର୍ଭିସ୍ ଆସୋସିଏସନ୍ ମୁହଁ ଖୋଲିଛି। ଆସୋସିଏସନ୍ ଉପସଭାପତି ଅଜିତ କୁମାର ପଟ୍ଟନାୟକ କହିଛନ୍ତି ଯେ ଏଭଳି ଅସୁବିଧା ସଂପର୍କରେ ସରକାରଙ୍କୁ ଖୁବ୍ ଶୀଘ୍ର ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।
ନୂଆ ଏପିପିଙ୍କ ପାଇଁ ନାହିଁ ଆବଶ୍ୟକ ଭିିତ୍ତିଭୂମି, ମୌଳିକ ସୁବିଧା
/sambad/media/post_attachments/wp-content/uploads/2018/08/apsc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)