ପିତା ନାହାନ୍ତି, ତଥାପି ସାଗର ପାଇଲେ ଆଇଆଇଟି

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଗୌଣିଘସା ଗ୍ରାମର ସ୍ବର୍ଗତ ଶୁକଦେବ ମହାନ୍ତଙ୍କ ପୁଅ ସାଗର ଚଳିତ ବର୍ଷ ଜାମ ଭୂତତ୍ତ୍ବ ବିଜ୍ଞାନର (ଜିଓଲୋଜି) ପ୍ରବେଶିକା ପରୀକ୍ଷାରେ ଅଲ ଇଣ୍ଡିଆର ୩୩ ତମ ସ୍ଥାନରେ ଅଛନ୍ତି । ସାଗର ପଞ୍ଚମ ଶ୍ରେଣୀ ପଢିବାବେଳେ ତାଙ୍କ ବାପା ଶୁକଦେବ ମହାନ୍ତ ମୃତ୍ୟୁବରଣ କରିଥିଲେ। ମାମୁ ଘର ଗେହ୍ଲାମୁଣ୍ଡା ଗ୍ରାମରେ ରହି ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସାଗର ମଉସା ଘର ସାହରପଡ଼ା ବ୍ଲକ୍‌ ସିଆଳିଯୋଡ଼ା ହାଇସ୍କୁଲରେ ପାଠ ପଢି ମାଟ୍ରିକରେ ୮୩ ପ୍ରତିଶତ ନମ୍ବର ରଖିଛନ୍ତି।

କେନ୍ଦୁଝର ଧରଣୀଧର ସ୍ୱୟଂ ଚାଳିତ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ୮୭ ପ୍ରତିଶତ ନମ୍ବର ରଖି ପାସ୍‌ କରିବାପରେ  ଭୂତତ୍ତ୍ବ ସମ୍ମାନରେ ସେହି ଡିଡି କଲେଜର ଶେଷ ବର୍ଷର ଛାତ୍ର ସାଗର। ପିଲାଙ୍କୁ ଟିଉସନ କରି ଯୁକ୍ତ ତିନି ବିଜ୍ଞାନ ପାଠ ପଢ଼ୁଥିବା ସାଗର କହିଛନ୍ତି। ସଗାରଙ୍କ ମା’ ରତନୀ ପୁଅର ପାଠପଢା ସମ୍ପର୍କରେ କିଛି ଜାଣନ୍ତି ନାହିଁ। ତେବେ ସାଗର ଉଚ୍ଚ ଶିକ୍ଷା ପାଇଁ ଆଇଆଇଟି ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବାରୁ ପରିବାରବର୍ଗଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର