ଭୁବନେଶ୍ବର: ହିତାଧିକାରୀଙ୍କ ପ୍ରତିବାଦ ପରେ ବଦଳିଲା ନିୟମ। କଂଣ୍ଟ୍ରୋଲ ସାମଗ୍ରୀ ବିତରଣ ସମୟରେ ବାୟୋମାଟ୍ରିକ ଚିହ୍ଟଟ ଲାଗି ଟିପ ଚିହ୍ନ ଦିଆଯିବା ପରେ ମେସିନଗୁଡ଼ିକ ସାନିଟାଇଜ ହେଉ ନ ଥିବାରୁ ହିତାଧିକାରୀ ସେଥିରେ ଟିପଚିହ୍ନ ଦେବାକୁ ମନା କରିଥିଲେ। ଏପରିକି ଅନେକ ହିତାଧିକାରୀ ରାସନ ନେବାକୁ ଆସି ନ ଥିଲେ। ଏହି ସମସ୍ୟା ସାମ୍ନାକୁ ଆସିବା ପରେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଘୋଷଣା କରିଛନ୍ତି କି ହିତାଧିକାରୀ ରାସନ ସାମଗ୍ରୀ ନେବା ବେଳେ ଟିପ ଚିହ୍ନ ଦେବେ ନାହିଁ। କରୋନା ସଂକ୍ରମଣ ଆଶଙ୍କା ଥିବା ଦୃଷ୍ଟିରୁ ବାୟୋମେଟ୍ରିକ ମେସିନରେ ଟିପ ଚିହ୍ନ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିପ ଚିହ୍ନ ଦ୍ବାରା ଭାଇରସ୍ ବ୍ୟାପିବାର ଭୟ ରହିଥିବା କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି।
In view of the #COVID19 pandemic, biometric mode of Aadhar authentication using finger print scanner and IRIS device has been exempted, during distribution of PDS ration through e-PoS device at Fair Price Shops until further orders. @CMO_Odisha
— Ranendra Pratap Swain (@rajaaswain) July 18, 2020
ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଯେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରାସନ ନେବା ବେଳେ ଟିପ ଚିହ୍ନର ଆବଶ୍ୟକତା ନାହିଁ। ଫିଙ୍ଗର ପ୍ରିଣ୍ଟ ସ୍କାନର ଓ ଆଇଆରଆଇଏସ ମେସିନକୁ ବନ୍ଦ କରାଗଲା ବୋଲି ସେ ଟ୍ବିଟ୍ରେ ଦର୍ଶାଇଛନ୍ତି । ଭୋକରେ ରହିବୁ ପଛେ ଘରକୁ କରୋନା ଭୂତାଣୁ ନେବୁ ନାହିଁ ବୋଲି ରାସନ ନ ନେଇ ଖାଲି ଖାଲି ଘରକୁ ଫେରିଯାଇଥିଲେ ହିତାଧିକରୀ । ଗୋଟିଏ ମେସିନରେ ଶହ ଶହ ହିତାଧିକାରୀ ଟିପ ଦେଉଥିବା ବେଳେ ଏହାକୁ କାହିଁକି ସାନିଟାଇଜ କରାଯାଉନାହିଁ ବୋଲି ଅଭିଯୋଗ କରିଥିଲେ । ତେଣୁ ବାୟୋମାଟ୍ରକ ବ୍ୟବସ୍ଥାକୁ ବିରୋଧ କରି କଂଟ୍ରୋଲ ଦୋକାନୀମାନେ ଚଳିତ ମାସ ୧ ତାରିଖରୁ କୌଣସି ସାମଗ୍ରୀ ହିତାଧିକାରୀଙ୍କୁ ଦେଉ ନଥିଲେ ।