ଜୟପୁର: ଗମନାଗମନର ବିକାଶ ହେଲେ ଯେ କୌଣସି ଅଂଚଳର ସାମଗ୍ରୀକ ବିକାଶ ହୋଇ ପାରିବ। ତେବେ ଏଥିରେ ପ୍ରକୃତି ବି ‌ସଂପୁର୍ଣ୍ଣ ରୁପେ ସହଯୋଗ କରି ଆସିବା କଥା। ନଚେତ ଅତ୍ୟାଧୁନିକ ବିଜ୍ଞାନ ଓ ବୈଷୟିକ ପ୍ରଯୁକ୍ତି ବିଦ୍ୟାକୁ ପ୍ରୟୋଗ କରି ଆନୁସଙ୍ଗକି ଭିତ୍ତିଭୂମିକୁ ସଂପୁର୍ଣ୍ଣ ରୁପେ ସୁଧାରିବାକୁ ପଡ଼ିବ। ଏହା ହୋଇ ପାରି ନଥିବାରୁ ସାମାନ୍ୟ ବର୍ଷା ହେବା ମାତ୍ରକେ ଜୟପୁର ବିମାନବନ୍ଦରରୁ ବିମାନ ଉଡିପାରୁନି କି ଓହ୍ଲାଇପାରୁନି। ‌ସେଭଳି କେକେଆର ଓ କେଆର ଲାଇନରେ ରେଳଚଳାଚଳ ବି ସଂପୁର୍ଣ୍ଣ ଠପ ହୋଇ ପଡ଼ୁଛି। ଦୀର୍ଘ ତିନି ଦଶନ୍ଧି ତଳେ ନିର୍ମାଣ କରାଯାଇଥିବା କେକେଆର ଲାଇନର ସଂପୁର୍ଣ୍ଣ ପୁନଃରୁଦ୍ଧାର ପାଇଁ ନୂଆ ଞାନକୌଶଳ ଓ ବିଞାନ ଓ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରାଯିବା କଥା।

Advertisment

ତେବେ ସେଭଳି ହୋଇ ନ ପାରିବାରୁ ବହୁ ସମୟରେ ଭୁସ୍କଳନ ଯୋଗୁଁ ଜୟପୁର ଦେଇ ରେଳଚଳାଚଳ ବାତିଲ୍ ହେଉଛି। ବହୁ ସମୟରେ ଯାତ୍ରୀମାନେ ଏହି ଦୁଇ ପ୍ରମୁଖ ମାଧ୍ୟମ ଜରିଆରେ ଦୂର ଦୂରାନ୍ତକୁ ଯାତ୍ରା କରିବାକୁ  ଯୋଜନା କରି ନାହିଁ ନଥିବା ହଇରାଣ ଓ ହରକତ ହେବାକୁ ପଡ଼ୁଛି ବୋଲି ଯାତ୍ରୀମାନେ କହିଛନ୍ତି। ଗତ ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟମ୍ବର ବର୍ଷା ମାସ ତମାମ ୧୫ଦିନ ବିମାନ ଚାଳିଥିବା ବେଳେ ୧୫ଦିନ ବନ୍ଦ ରହିଥିଲା। ଏବେ ମୋଗଜାମ୍ ବାତ୍ୟା ପାଇଁ ୨ଦିନ ବିମାନ ବାତିଲ୍ ହୋଇଥିଲା। ଗତ କାଲି ୨ଟି ଯାକ ବିମାନକୁ ଅଚାନକ ଭାବେ ବାତିଲ୍ କରି ଦେଇଥିଲା ଇଣ୍ଡିଆ ୱାନ ଏୟାର। ଜୟପୁର ବିମାନବନ୍ଦରକୁ ୩ସି ମାନ୍ୟତା ମିଳିବା ସହ ଏଠାକାର ଆନୁସଙ୍ଗିକ ଭିତ୍ତିଭୂମିରେ ସୁଧାର ନ ହେବା ପର୍ଯ୍ୟନ୍ତ ଏଭଳି ବିମାନ ଆସି ଆକାଶ ଉପରେ ୩ରୁ ୪ଚକ୍କର ମାରି ପୁଣି ଭୁବନେଶ୍ବର ଫେରିଯିବ। ଏଥିରେ ଦ୍ବିମତ ନାହିଁ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ତେଣୁ  ସେ ଏହି ବିମାନବନ୍ଦରର ଆକାର ବୃଦ୍ଦି କରି ୩ସି ମାନ୍ୟତା ପାଇଲେ ବଡ ବଡ ବିମାନ ଏହି ବିମାନବନ୍ଦରରେ ଅବତରଣ କରି ପାରିବ ଏବଂ ଯାତ୍ରୀ ମାନେ ବି ହଇରାଣହରକତରୁ ବଂଚି ପାରିବେ। ନିୟମିତ ବିମାନଚଳାଚଳ କରି ପାରିବ ବୋଲି କହିଛନ୍ତି ବିଧାୟକ। ଏଭଳି ନିୟମିତ ବିମାନ ବାତିଲ ହେବା ଦ୍ବାରା ବହୁ ଜରୁରୀ ରୋଗୀଙ୍କୁ ବିମାନରେ ନେବାକୁ  କରାଯାଇଥିବା ଯୋଜନାକୁ ନେଇ ସଂପର୍କୀୟ ଓ ରୋଗୀ ଦୋଦୋ ପାଂଚରେ ରହୁଛନ୍ତି। ସାମାନ୍ୟ ବର୍ଷା ହେଲେ କିମ୍ବା କୋହଳା ପାଗ, ମେଘୁଆ ପାଗ ରହିବା ମାତ୍ରକେ ବିମାନ ବାତିଲ କରାଯାଉଛି।

ବାରମ୍ବାର ଏହା ହେଉଥିବାରୁ ରାଜ୍ୟ ସରକାରୀ, ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରଳାୟ ଆଦି କାହିଁକି ବାତିଲ ହେଉଛି ତାହାର କାରଣ ଖୋଜିବା ଆବଶ୍ୟକ ବୋଲି କହିଛନ୍ତି ବ୍ୟବସାୟୀ ସଂଜୟ ଜୈନ। ଏହି ବିମାନରେ ଯାତ୍ରା କରିବା ପରେ ଗନ୍ତବ୍ୟସ୍ଥଳକୁ ପହଚିଂବୁ ନା ନାର୍ହି ସ‌ଂଦେହ ପ୍ରକାଶ ପାଉଛି‌ ବୋଲି କହିଛନ୍ତି ଯାତ୍ରୀ। ସେଭଳି କିରଣ୍ଡଲକୁ ଆସୁଥିବା ବିଶାଖାପାଟଣା, ସମଲେଶ୍ବରୀ, ରାଉରକେଲା, ଇଣ୍ଟରସିଟି ଭଳି ଟ୍ରେନ ଗୁଡିକ ବି ନିୟମିତ ଚଳାଚଳ କରିବ ନା ନାର୍ହି ଯାତ୍ରୀ ମାନେ ସଂଦେହରେ ରହୁଛନ୍ତି। ଦୀର୍ଘ ୪୦ବର୍ଷ ତଳର କେକେ ଆର ଲାଇନରେ ସାମାନ୍ୟ ବର୍ଷା ହେବା ମାତ୍ରକେ ଭୁସ୍କଲନ ହେବା ନିୟମିତ ଘଟଣା ପାଲଟିଛି। ତେବେ ପ୍ରାକୃତିକ ଭାବେ ଏହା ହେଉଛି ନାଁ ଆଉ କିଏ ଏଭଳି କରୁଛି ତାହା ତଦନ୍ତ ସ‌ାପେକ୍ଷ।

ଦୀର୍ଘ ଦିନର ବ୍ରଡଗ୍ୟାଜ୍ ଲାଇନର ପାର୍ଶ୍ବରେ ଥିବା ପାହାଡ ଗୁଡିକର ମାଟି ଓ ପଥର ଧସି ଆସି ଟ୍ରାକରେ ଜମା ହେଉଛି। ତେବେ ଲାଇନର ପାର୍ଶ୍ବର ଉପଯୁକ୍ତ ନିରୀକ୍ଷଣ କରିବା ସହ କିଭଳି ଭୁସ୍କଲନକୁ‌ ରୋକି ହେବ ସେ ନେଇ ସ୍ବତନ୍ତ୍ର ଯୋଜନା ପୂର୍ବତଟ ରେଳବାଇ ପକ୍ଷରୁ କରାଯିବା କଥା। ପୂର୍ବତଟ ରେଳବାଇର ସବୁ ଠାରୁ ଲାଭକାରୀ ଲାଇନ୍ ହୋଇଥିବାରୁ ଏହି ଲାଇନରେ କିଭଳି ଭୁସ୍କଲନ୍ ହୋଇ ପାରିବ ନାହିଁ ସେ ଦିଗରେ ରେଳବିଭାଗ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦେବା କଥା। ତେବେ ଏହା ନ ହୋଇ ପାରିବା ଫଳରେ ବହୁ ସମୟରେ ଯାତ୍ରୀ ମାନେ ବିଭିନ୍ନ ଟ୍ରେନରେ ଆସୁଥିବା ସମୟରେ ଭୁସ୍କଳନ୍ ହେବା ଦ୍ବାରା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଗମନାଗମନର ବିକାଶ ଭିତ୍ତିଭୂମିର ସୁଧାର କରିବା ସହ ‌ବିଞାନ, ପ୍ରଯୁକ୍ତିବିଦ୍ୟା ସହ ଅନୁସଙ୍ଗିକ ଭାବେ ଅତ୍ୟାଧୁନିକ ପ୍ରଣାଳୀରେ ବିକଶିତ କରିବା ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ ପିଣ୍ଟୁ ମାଝୀ।