ଭୋକ ଉପାସରେ ରହିଲେ ହସପିଟାଲ ନିର୍ମାଣରେ ନିୟୋଜିତ ୭୫୦ ଶ୍ରମିକ

ରାଉରକେଲା: ଆଇ.ଜି.ଏଚ ସୁପରସ୍ପେଶାଲିଟି ହସପିଟାଲ ନିର୍ମାଣରେ ନିୟୋଜିତ ୭୫୦ ଶ୍ରମିକ ଏବେ ଭୋକ ଉପାସରେ ଦିନ କାଟୁଥିବା ଅଭିଯୋଗ ହେଉଛି । ଏମାନଙ୍କୁ ଆରଏସପି, ଏନବିସିସି କିମ୍ବା ଠିକାଦାରଙ୍କ ପକ୍ଷରୁ ଖାଦ୍ୟ ଯୋଗାଯାଉ ନଥିବାରୁ ସେମାନେ ନିଜସ୍ୱ ଅର୍ଥରେ ଚା, ବିସ୍କୁଟ ଖାଇ ବଞ୍ଚୁଛନ୍ତି। ଗତ ଦୁଇଦିନ ହେଲା ପଇସା ସାରିଯାଇଥିବାରୁ ଏବେ ସେମାନଙ୍କ ଦୁର୍ଦଶା ବଢିଯାଇଛି। ଶୌଚ ପାଇଁ ଶୌଚାଳୟ କର୍ତ୍ତୃପକ୍ଷଙ୍କୁ ପାଖରେ ଟଙ୍କା ନାହିଁ। ଏ ବିଷୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଖବର ପାଇ ତୁରନ୍ତ ନିର୍ମାଣ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବା ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଆରଏସପି କର୍ତ୍ତୃପକ୍ଷଙ୍କୁ କହିଥିଲେ ।

ସୂଚନାଯୋଗ୍ୟ, ଗତ ୨୫ ତାରିଖଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମଗ୍ର ଭାରତ ସମେତ ଓଡ଼ିଶାରେ ଲକଡାଉନ ଘୋଷଣା ହୋଇଛି । ଏହି ସମୟରେ କିଛି ଗୁରତ୍ୱପୂର୍ଣ୍ଣ ବିଭାଗକୁ ଛାଡ଼ିଦେଲେ ବାକି ସବୁ ବନ୍ଦ ରହିଛି । ହସ୍ପିଟାଲ ସଂପର୍କିତ ନିର୍ମାଣ ଜାରି ରହିବ ବୋଲି ରାଜ୍ୟ ସରକାର ମଧ୍ୟ ଘୋଷଣା କରିଥିଲେ । ତେବେ ରାଉରକେଲାସ୍ଥିତ ଆଇଜିଏଚରେ ସୁପରସ୍ପେଶାଲିଟି ହସ୍ପିଟାଲର ନିର୍ମାଣ କାମରେ ନିୟୋଜିତ ଶ୍ରମିକମାନଙ୍କୁ ଖାଦ୍ୟ ନମିଳିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ସମସ୍ତ ଶ୍ରମିକଙ୍କୁ ଥଇଥାନ କରାଯାଇଛି ।

ସମ୍ବନ୍ଧିତ ଖବର