ରାଉରକେଲା: ରାଉରକେଲା ହେବାକୁ ଯାଉଛି ବିଶ୍ବସ୍ତରୀୟ ଷ୍ଟେସନ। ଅର୍ଥ ମଞ୍ଜୁର ହୋଇଥିବା କଥା କୁହାଯାଉଛି। ହେଲେ କେ‌ବେ କାମ ଆରମ୍ଭ ହେବ ? କାହାକୁ ଜଣାନାହିଁ। ରାଉରକେଲା ଷ୍ଟେସନର ଗୋଟିଏ ପାର୍ଶ୍ବକୁ ରେଳବାଇ କର୍ତ୍ତୃପକ୍ଷ ଧ୍ୟାନ ଦେଉଥିବାବେ‌ଳେ ଅନ୍ୟ ପାର୍ଶ୍ବକୁ ସମ୍ପୂର୍ଣ୍ଣ ପାସୋରି ଯାଇଛନ୍ତି। ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଷ୍ଟେସନର ପ୍ରଥମ ଓ ଦ୍ବିତୀୟ ପ୍ରବେଶ ପଥକୁ ଗୁରୁତ୍ବ ଯେତିକି ଗୁରୁତ୍ବ ଦିଆଯିବା କଥା, ତା’ ହେଉନି। ଗୋପବନ୍ଧୁପାଲୀ ପାର୍ଶ୍ବର ରେଳବାଇ ଦ୍ବିତୀୟ ପ୍ରବେଶ ପଥରେ ନାନାଦି ସମସ୍ୟା ଲାଗି ରହିଛି। ସପ୍ତାହ କି ଦୁଇ ସପ୍ତାହ ନୁହେଁ ମାସ ମାସ ଧରି ଏଭଳି ସମସ୍ୟା ଲାଗି ରହୁଥିଲେ ହେଁ, ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି। କୋଭିଡ଼ ପରଠାରୁ ଦ୍ବିତୀୟ ଟିକେଟ୍‌ ବୁକିଂ କାଉଣ୍ଟରେ ତାଲା ଝୁଲୁଛି। ପ୍ରତିଦିନ ମୁଖ୍ୟ ଟିକେଟ୍‌ ବୁକିଂ କାଉଣ୍ଟର ପରି ଏଠାରେ ମଧ୍ୟ ଯାତ୍ରୀଙ୍କ ଭିଡ଼ ହେଉଥିଲା।

Advertisment

publive-image

ଇସ୍ପାତ ସହରାଞ୍ଚଳ, ରେଲୱେ କଲୋନି, ବାସନ୍ତୀକଲୋନି, ଛେଣ୍ଡ କେଲୋନି, କଳିଙ୍ଗ ବିହାର, ଲେବରଟେନାମେଣ୍ଟ ଆଦି ଅଞ୍ଚଳ ଶହ ଶହ ଯାତ୍ରୀମାନେ ଦ୍ବିତୀୟ ଟିକେଟ୍‌ ବୁକିଂ କାଉଣ୍ଟର ଉପରେ ନିର୍ଭର କରୁଥିଲେ। ଯେବେଠୁ ତାଲା ଝୁଲୁଛି, ସେବେଠୁ ଯାତ୍ରୀମାନେ ମୁଖ୍ୟ ଟିକେଟ୍‌ ବୁକିଂ କାଉଣ୍ଟରକୁ ଯିବାକୁ ବାଧ୍ୟ ହେଉଛନ୍ତି। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବୃଦ୍ଧବୃଦ୍ଧାଙ୍କୁ ସିଢ଼ିରେ ଚଢ଼ି ଗୋଟିଏ ପ୍ଲାଟ୍‌ଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବାକୁ ଲିଫ୍‌ଟର ବ୍ୟବସ୍ଥା ହୋଇଛି। ୨୪ ଘଣ୍ଟିଆ ଲିଫ୍ଟ ସେବା, ଦିନକୁ ୪ରୁ ୫ ଘଣ୍ଟା ମଧ୍ୟ ଚାଲୁନି। ଅଧିକାଂଶ ସମୟରେ ବନ୍ଦ ରହୁଛି। ରାତିରେ ଦ୍ବିତୀୟ ପ୍ରବେଶ ପଥ ଅଛି କି ନାହିଁ, ଲୋକେ ଜାଣିପାରୁ ନାହାନ୍ତି। ଥଣ୍ଡା ପାନୀୟ ଜଳ ମେସିନ୍‌ଗୁଡ଼ିକ ମାସ ମାସ ଧରି ଅଚଳ ହୋଇ ପଡିଥିଲେ ହେଁ, ମରାମତି କରାଯାଉ ନାହିଁ। ଅଥବା ବିକଳ୍ପ ବ୍ୟବସ୍ଥା ମଧ୍ୟ ହେଉ ନାହିଁ। ଯାତ୍ରୀମାନଙ୍କୁ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ସାଧାରଣ ଯାତ୍ରୀଙ୍କ ବ୍ୟବହାର ପାଇଁ ରହିଥିବା ଶୌଚାଳୟରେ ମଧ୍ୟ ଚାଲା ଝୁଲୁଛି। ସେପଟେ ରାଉରକେଲା ରେଳ ଷ୍ଟେସନର ବିକାଶ ପାଇଁ ସର୍ବଦା ସ୍ବର ଉତ୍ତୋଳନ କରି ଆସୁଥିବା ସହରର ବିଭିନ୍ନ ରେଳବାଇ ସଙ୍ଗଠନଗୁଡ଼ିକ ଚୁପ୍‌ ବସିବାକୁ ନେଇ ସାଧାରଣ ପ୍ରଶ୍ନ୍ବବାଚୀ ସୃଷ୍ଟି ହୋଇଛି। ପ୍ରଥମ ପ୍ରବେଶ ପଥ କରି ଦ୍ବିତୀୟ ପ୍ରବେଶ ପଥର ପାରିପାର୍ଶ୍ବିକ ବିକାଶକୁ ଗୁରୁତ୍ବ ଦେବାକୁ ରେଳାଇ ସଙ୍ଗଠନଗୁଡ଼ିକ ଐକ୍ୟବଦ୍ଧ ଆନ୍ଦୋଳନ କରିବାର ଆବଶ୍ୟକତା ରହିଛି। ନହେଲେ ଯାତ୍ରୀମାନକୁ ମାସ ମାସ ଧରି ଏଭଳି ସମସ୍ୟା ଭୋଗିବାକୁ ପଡୁଥିବ