ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ଭଗାମୁଣ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦାନ୍ତ ଡାକ୍ତର ଅଛନ୍ତି। କିନ୍ତୁ ଚିକିତ୍ସା ପାଇଁ ଆବଶ୍ୟକ ଉପକରଣ ନଥିବାରୁ ଲୋକଙ୍କୁ ଚିକିତ୍ସା ସେବା ମିଳୁନି। ତେଣୁୁ ରୋଗୀ ନିରାଶ ହୋଇ ଫେରୁଛନ୍ତି। ବାଧୢ ହୋଇ ସେମାନେ କେନ୍ଦୁଝର ନଚେତ କଟକ ଡାକ୍ତରଖାନା ଯାଉଛନ୍ତି। ଆଦିବାସୀ ଅଞ୍ଚଳର ଗରିବ ଲୋକେ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ଡାକ୍ତର ନିଯୁକ୍ତି ହେବାର ଦୁଇବର୍ଷ ପରେ ମଧୢ ସରକାର ଚିକିତ୍ସା ପାଇଁ ସ୍ବତନ୍ତ୍ର ଚିକିତ୍ସା ଚେୟାର ଓ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେଇନାହାନ୍ତି। ହରିଚନ୍ଦନପୁର ବ୍ଲକ ମୁଖ୍ୟାଳୟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦାନ୍ତ ଡାକ୍ତର ନଥିିବାରୁ ଲୋକେ ଭଗାମୁଣ୍ତାରେ ଥିବା ଦ୍ବିତୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି।
କିନ୍ତୁ ଏଠାରେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ଏ ସ˚ପର୍କରେ ଡା. କୈଳାସ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ଦନ୍ତ ଚିକିତ୍ସା ପାଇଁ ଚେୟାର ଓ ଯନ୍ତ୍ରପାତି ଯୋଗାଇ ଦେବାକୁ ସିଡିଏମଓଙ୍କୁ ଜଣାଇଛନ୍ତି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/medi.jpg)