ଚାନ୍ଦବାଲି: ଚାନ୍ଦବାଲିରେ ଆଜି ଜଣେ ପ୍ରସୂତି ମହିଳାଙ୍କୁ ମିଳିଲାନି ଜନନୀ ସୁରକ୍ଷା ଗାଡ଼ି। ନିରୁପାୟ ହୋଇ ପରିବାର ଲୋକେ ଟ୍ରଲିରେ ନେଉଥିବା ବେଳେ ପ୍ରସୂତି ଜଣକ ବାଟରେ ଟ୍ରଲି ଉପରେ ପ୍ରସବ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଭାଟପଡ଼ା ପଂଚାୟତ ଶେରପୁର ଗାଁର ସୁମନ କୌଶଲ୍ୟାଙ୍କ ପତ୍ନୀ ଭାନୁ ମହାଳିକ (୨୨)ଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ମେଡ଼ିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ବିଫଳ ହୋଇଥିଲେ। ପରେ ୧୦୨ ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିଥିଲେ। ହେଲେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆମ୍ବୁଲାନ୍ସ ଆସିବାକୁ ମନା କରିଦେଇଥିଲେ କର୍ତ୍ତୃପକ୍ଷ। ଶେଷରେ ବାଧ୍ୟ ହୋଇ ମହିଳାଙ୍କ ସ୍ୱାମୀ ସୁମନ ନିକଟସ୍ଥ ଦୋଳମଣ୍ଡପ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଜ ପତ୍ନୀଙ୍କୁ ଟ୍ରଲିରେ ନେଇ ଆସୁଥିବାବେଳେ ସେଠାରେ ପ୍ରସବ ସମ୍ଭବ ନୁହେଁଁ ବୋଲି ମେଡିକାଲରେ ଥିବା ଜଣେ କର୍ମଚାରୀ କହିଥିଲେ। ପ୍ରସୂତିଙ୍କ ସହ ଆସିଥିବା ଆଶାକର୍ମୀ ମଧ୍ୟ ତାଙ୍କୁ ନିରାଶ କରି ଅଧାବାଟରେ ଛାଡ଼ି ଚାଲି ଯାଇଥିଲେ। ଅସହାୟ ପରିବାର ଟ୍ରଲିରେ ଦୀର୍ଘ ୭ କିମି ଦୂର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଥିବା ବାଟରେ ଟ୍ରଲି ଉପରେ ପ୍ରସବ ହୋଇଥିଲା। ପ୍ରସୂତି ମହିଳା ଜଣଙ୍କ ଟ୍ରଲି ଉପରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ସେହି ଅବସ୍ଥାରେ ମେଡିକାଲରେ ଯାଇ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତେବେ ଏ ସମ୍ପର୍କରେ ଚାନ୍ଦବାଲି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଅଶ୍ୱନୀ କୁମାର କରଙ୍କୁ ପଚାରିବାରେ ସେ କହିଛନ୍ତିି ପ୍ରସୂତି ମେଡିକାଲରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ହେଲେ ଟ୍ରଲିରେ ନ ଆସି ଅନ୍ୟ ଗାଡ଼ିରେ ଆସିଥିଲେ।
ଟ୍ରଲିରେ ପ୍ରସବ କଲେ ମହିଳା, ମିଳିଲାନି ଜନନୀ ସୁରକ୍ଷା ଗାଡ଼ି
/sambad/media/post_attachments/wp-content/uploads/2018/08/chandd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)