ଜୟପୁର: ୧୭ତାରିଖରେ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ସେହିଭଳି ୨୨ତାରିଖ ଦିନ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଉତ୍ସବ। ଉଭୟ ଉତ୍ସବକୁ ନେଇ ରାଜନୈତିକ ନେତାମାନେ ମଧ୍ୟ ବେଶ ଉତ୍ସାହିତ ହେବା ସହ ଶୁଭେଚ୍ଛାବାର୍ତ୍ତାର ଭିଡିଓ ଭାଇରାଲ କରିବା ସହ ଦେଶୀ ଓ ବିଦେଶୀ ମଦ ବିକ୍ରୀ ଉଭୟ ଦିନ ବନ୍ଦ କରିବାକୁ କରିଛନ୍ତି ଦାବି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବିଜେପିର ରାଜ୍ୟ ସ୍ଥାୟୀ ସଭ୍ୟ ଗୌତମ ସାମନ୍ତରାୟ, ବିଜେପି ନେତା ହିମାଂଶୁ ମହାପାତ୍ର, ବିଜେଡି ନେତା ସୁବାସ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ବିନ୍ଦୁରାଣୀ ମିଶ୍ର ଶୁଭେଚ୍ଛାର ଭିଡିଓ ଭାଇରାଲ କରିଛନ୍ତି।

Advertisment

ବିଧାୟକ ଶ୍ରୀ ବାହିନୀପତି ୧୭ଓ ୨୨ତାରିଖ ଉଭୟ ଦିନ ଜୟପୁର ସହର ସମେତ ଜିଲ୍ଲାରେ ଦେଶୀ ଓ ବିଦେଶୀ ମଦ କାଉଣ୍ଟର ଗୁଡିକର ବିକ୍ରୀ ବନ୍ଦ କିରବାକୁ ଜିଲ୍ଲାପ୍ରଶାସନ ପଦ‌କ୍ଷେପ ନେବାକୁ ଦାବି କରିଛନ୍ତି। ନେତା ମାନେ ଏହି ମଉକାରେ ଜଗତର ନାଥ ଜଗନ୍ନାଥ ଓ ମହାପ୍ରଭୁ ରାମଙ୍କୁ ଭରସା କରି ଲୋକଙ୍କ ଆସ୍ଥା ଭାଜନ ହେବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା।