ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହୋଇଛି ସତ କିନ୍ତୁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସେହି ଶିଳ୍ପରେ ନିଯୁକ୍ତି ମିଳେନି। ବେକାରୀ ସମସ୍ୟା ହୁ ହୁ ହୋଇ ବଢ଼ୁଥିଲେ ବି ରାଜ୍ୟ ସରକାରଙ୍କ ଅଦୂରଦର୍ଶିତା ଯୋଗୁଁ ଏହି ସମସ୍ୟା ଦିନକୁ ଦିନ ବହୁଗୁଣିତ ହେବାରେ ଲାଗିଛି। ସମାନ୍ୟ ଲୁଙ୍ଗି ଓ ଗାମୁଛା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବିସ୍ତୃତ ସମୁଦ୍ର ଓଡ଼ିଶା ସୀମାକୁ ଲାଗିଥିଲେ ବି ଲୁଣ ଉତ୍ପାଦନ କାରଖାନାଟିଏ ସରକାର ରାଜ୍ୟରେ କରିପାରିନାହାନ୍ତି। ଆଜି ବିଧାନସଭା ଶୂନ୍ୟକାଳରେ ବୈଧାନିକ ପ୍ରଶ୍ନ ଜରିଆରେ ରାଜ୍ୟ ସରକାରଙ୍କୁ ଏପରି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ସେ କହିଛନ୍ତି ରାଜ୍ୟ ସରକାର ଯଦି ଆତ୍ମନିର୍ଭରତା ନେଇ ଆଗରୁ ଯୋଜନା କରିଥାନ୍ତେ ତାହେଲେ ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତେ। ମହାମାରୀ ପାଇଁ ଲକ୍ଡାଉନ୍ରେ କେତେ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଲେ ଓ କେତେ ଶ୍ରମିକ କାମ ନ ପାଇଁ ପୁଣିଥରେ ବାହାର ରାଜ୍ୟକୁ ଫେରିଗଲେଣି ସେ ହିସାବ ସରକାରଙ୍କ ପାଖରେ ନାହିଁ। ରାଜ୍ୟବାସୀଙ୍କ ଭୋଟ ପାଇ ମୁଖ୍ୟମନ୍ତ୍ରୀ ୫ ଥର ନିର୍ବାଚିତ ହୋଇ କ୍ଷମତାକୁ ଆସିଥିଲେ ବି ରାଜ୍ୟର ସମସ୍ତ ଜିଲ୍ଲାରେ ପିଇବା ପାଣିର ବ୍ୟବସ୍ଥା କରିପାରିଲେନି ବୋଲି ଶ୍ରୀ ନାଏକ କହିଥିଲେ।
ଲୁଙ୍ଗି ଗାମୁଛାଟିଏ ବି ଆଉ ରାଜ୍ୟରେ ଉତ୍ପାଦନ ହେଉନି: ବିରୋଧୀ ଦଳ ନେତା
/sambad/media/post_attachments/wp-content/uploads/2020/10/lungi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)