ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ମନା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ

କଟକ: କଟକର ବାରବାଟୀ ଟି-୨୦ ପାଇଁ ଡିସିପି ପିନାକ ମିଶ୍ର କଟକ ସହରବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ଲାଗି ୬୨ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଅପରାହ୍ଣ ୩ଟାରେ ବାରବାଟୀ ଷ୍ଟାଡିୟମର ଗେଟ ଖୋଲିବ। ପ୍ରବେଶ ଟିକେଟ ଓ ଗେଟ ନମ୍ବର ସ୍ପଷ୍ଟ ଭାବେ ଟିକେଟରେ ରହିଛି।

ଷ୍ଟାଡିୟମ ଭିତରକୁ ପାଣି ବୋତଲ, ଲାଠି, ଦିଆସିଲି, ଲାଇଟର, ବ୍ୟାଗ ଓ ହେଲମେଟ ଆଦି ନେବାକୁ ଅନୁମତି ନାହିଁ। କେବଳ ମୋବାଇଲ ଓ ଚଷମା ନେଇ ଭିତରକୁ ଯାଇ ପାରିବେ। ସାଙ୍ଗରେ ଖୁଚୁରା କଏନ ନ ଆଣିବାକୁ ସେ ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି, ଓସିଏ ପକ୍ଷରୁ ପାଣି ଓ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଟିକେଟରେ ଉଲ୍ଲେଖ କରାଯାଇଛି ମାସ୍କ ବାଧ୍ୟତାମୂଳକ ରହିଛି। ଏଣୁ ବିନା ମାସ୍କରେ ପ୍ରବେଶ ବାରଣ କରାଯିବ। ଦର୍ଶକଙ୍କ ଲାଗି ଦୁଇଟି ପାର୍କିଂ ରହିଛି, ପାର୍କିଂରେ ହେଲମେଟ ରଖି ଆସିବେ।

ସୂଚନାଯୋଗ୍ୟ,  ବାରବାଟୀ ଟି-୨୦ ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ଗତକାଲି ପହଞ୍ଚିଥିଲେ। ଆଜି ବାରବାଟୀ ଷ୍ଟାଡିୟମରେ  ଦକ୍ଷିଣ ଆଫ୍ରିକା ଟିମ୍ ଖେଳାଳି ଅଭ୍ୟାସ କରୁଛନ୍ତି।

ସମ୍ବନ୍ଧିତ ଖବର