ଘୁ.ଉଦୟଗିରି: ଗାଁ ଅଛି। ଲୋକ ଅଛନ୍ତି। ସରକାରୀ ତାଲିକାରେ ଗାଁର ନାଁ ଅଛି। ଭୋଟ ଦେଉଛନ୍ତି। ହେଲେ ଗାଁରେ ନାହିଁ କୌଣସି ମୌଳିକ ସୁବିଧା। ଏହିଭଳି ଏକ ଗାଁ ହେଉଛି କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତର ୧୬ ନମ୍ୱର୍ ୱାର୍ଡ ରେଟୁଡ଼ି ଗ୍ରାମ। ଗାଁରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପରିବାର ୧୫୦ରୁ ଊର୍ଦ୍ଧ୍ବ ସଦସ୍ୟ ବସବାସ କରନ୍ତି। ଉପାନ୍ତ ଏବଂ ଅପହଞ୍ଚ ପାହାଡ଼ି ମୂଲକରେ ଏକ ପ୍ରକାର ଜଙ୍ଗଲି ଜୀବନ ଯାପନ କରୁଛନ୍ତି ଏହି ଗ୍ରାମବାସୀ। ଗାଁକୁ ଯିବାକୁ ପକ୍କା ରାସ୍ତା ନାହିଁ। ମାଟି ରାସ୍ତା ପକ୍କା ରାସ୍ତା ନିର୍ମାଣ କରିବାରେ ପ୍ରଶାସନ କାହିଁକି ପଛଘୁଞ୍ଚା କିଛି ବୁଝାପଡୁନି।
ପ୍ରତ୍ୟକ ବର୍ଷ ଏମଜିଏନଆରଜିଏ ଯୋଜନାରେ ରାସ୍ତା କଡ଼ରୁ ମାଟି କାଢ଼ି ରାସ୍ତାରେ ପକେଇ ସମତଳ କରି ଦିଆଯାଉଛି। ପୁଣି ବର୍ଷା ହେଲେ ସେଇ ମାଟି ଭାସି ପୁଣି ତଳକୁ ଯାଉଛି। ଏହିଭଳି ଯୋଜନା ଚାଲିଛି। ଏହି ଯୋଜନା କେବଳ କିଛି ସ୍ୱାର୍ଥନ୍ୱେଷୀ ଅଧିକାରୀ ଏବଂ ନେତାଙ୍କ ସ୍ୱାର୍ଥ ହାସଲ ପାଇଁ ଉଦିଷ୍ଟ। ଯେତିକି ଅର୍ଥ ଏହି ଯୋଜନାରେ ବ୍ୟୟ କରାଯାଉଛି ସେଇ ଅର୍ଥରେ ପକ୍କା ରାସ୍ତା ନିର୍ମାଣ ସରନ୍ତାଣୀ। କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଅର୍ଥାତ ଭାରତ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଏହି ଗ୍ରାମକୁ ଯିବାକୁ ଭଲ ରାସ୍ତା ଟିକେ ନାହିଁ। କୁରୁମିଙ୍ଗିଆ ଗ୍ରାମ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ଠାରୁ ମାତ୍ର ୩ କିଲୋମିଟର ଦୂରରେ ଏହି ଗ୍ରାମଟି ଅବସ୍ଥିତ।
/sambad/media/post_attachments/wp-content/uploads/2024/05/IMG-20240524-WA0107.jpg)
ଉକ୍ତ ବିଷୟରେ ଗ୍ରାମବାସୀ ଅନେକ ଥର କଳିଙ୍ଗା ସରପଞ୍ଚ, ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାପାଳ ଏବଂ ଶେଷରେ ମୋ ଓଡ଼ିଶା ନବୀନ ଓଡ଼ିଶା ଓ ୫- ଟି ଅଧ୍ୟକ୍ଷଙ୍କୁ ମଧ୍ୟ ସାକ୍ଷାତ କରି ନିଜର ରାସ୍ତା ବିଷୟରେ ଅବଗତ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଦୃଷ୍ଟି ଦେଉନାହାନ୍ତି ଜାଣିଶୁଣି ତାଙ୍କୁ ଅବହେଳା କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଙ୍କ ସବୁଠାରୁ ବଡ଼ ସମସ୍ୟା ହେଉଛି ବିଶୁଦ୍ଧ ପାନୀୟ ଜଳ ସେ ଗ୍ରାମରେ ନଳକୂପ ଅଛି ସତ କିନ୍ତୁ ସେଠାରୁ ତେଲିଆ ଓ କଳଙ୍କି ଯୁକ୍ତ ପାଣି ବାହାରୁଛି ଏହା ବ୍ୟବହାର ଅନୁପଯୋଗୀ ହୋଇଥି ନବାରୁ ଶେଷରେ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ଗୋରୁ ଗାଈ ଚରୁଥିବା ଚୁଆ ପାଣି କୁ ଖାଇବା ନିମନ୍ତେ ବ୍ୟବହାର କରୁଛନ୍ତି।
ସେଇଭଳି ଏହି ଗାଁର ସମସ୍ତ ପରିବାର ଆଦିବାସୀ ସମ୍ପ୍ରଦାୟର।ସମସ୍ତେ ଚାଷ ଉପରେ ନିର୍ଭରଶୀଳ।ପାହାଡ଼ ଉପରେ ଗାଁ ପର୍ଯ୍ୟାପ୍ତ ଚାଷ ଜମି ଅଛି ହେଲେ ଜଳ ସେଚନ ର ସୁବିଧା ନାହିଁ।ଜଳସେଚନ ଅଭାବରୁ ଚାଷୀ ବି ଚାଷ କାମରୁ ମୁଁହ ଫେରେଇ ନେଉଛନ୍ତି।ପ୍ରାୟତଃ ଗ୍ରବାସୀ ହଳଦୀ, ଧାନ ସହ ବିନ୍ସ ଫସଲ କରିଥାନ୍ତି।ଗାଁ ପାଖରେ ଏକ ଡେମ ଅଛି ହେଲେ ସରକାରୀ ଉଦାସୀନତା ଯୋଗୁଁ ଜଳସେଚନ ବ୍ୟବସ୍ଥା ହୋଇପାରୁନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/IMG-20240524-WA0103.jpg)