ବିଧାନସଭାରେ ମୋବାଇଲ ବ୍ୟବହାର କଲେ ସିଜ ହୋଇଯିବ ମୋବାଇଲ ଫୋନ, ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତି କଡା ରୁଲିଂ ଦେଇଛନ୍ତି । ଏଣିକି ବିଧାନସଭା ଗୃହକୁ ମୋବାଇଲ ବନ୍ଦ କରି ଯିବେ ବିଧାୟକ । ବିଧାନସଭା ଭିତରେ ଯଦି କାହାର ମୋବାଇଲ ବାଜିବ କିମ୍ବା ବ୍ୟବହାର କରୁଥିବାର ନଜର ଆସିବେ ତେବେ ତାଙ୍କ ଫୋନକୁ ସିଜ୍ କରିଦିଆଯିବ ବୋଲି ଶୁଣାଇ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ବାଚସ୍ପତି କହିଛନ୍ତି ଯେ, ବିଧାନସଭାକୁ ମୋବାଇଲ ଆଣିବା ଉପରେ ବାରମ୍ବାର ରୋକ୍ ଲଗାଯାଉଛି । ହେଲେ କୌଣସି ବି ବିଧାୟକ କିମ୍ବା ସଦସ୍ୟମାନେ ଏହି ନିୟମକୁ ମାନୁନାହାଁନ୍ତି । ଯେଉଁ କାରଣରୁ ଗୃହ ଭିତରେ ବିଭିନ୍ନ ସମୟରେ ବାରମ୍ବାର ମୋବାଇଲ ବାଜୁଥିବାରୁ ଗୃହ କାର୍ଯ୍ୟରେ ବାଧା ଉପୁଜୁଛି ।

ତେଣୁ ଏବେ ବିଧାନସଭାରେ ମୋବାଇଲ ବ୍ୟବହାର କଲେ ତଥା ମୋବାଇଲ ସୁଇଚ ଅଫ୍ ନକଲେ ସିଜ୍ କରିଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଥାଉ କି ବିଧାୟକମାନେ ପୂର୍ବରୁ ଗୃହରେ ଅଧିବେଶନ ଚାଲିଥିବାବେଳେ ମୋବାଇଲ ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା, ଯାହାକୁ ନେଇ କଠୋର ହୋଇଛନ୍ତି ବାଚସ୍ପତି |

ସମ୍ବନ୍ଧିତ ଖବର