ବର୍ଷା ଅଭାବରୁ ଝାରବନ୍ଧରେ ମହାମରୁଡ଼ି ଆଶଙ୍କା : ଦାଦନ ମୁହାଁ ହେଲେଣି ଲୋକେ

ଝାରବନ୍ଧ : ଝାରବନ୍ଧ ବ୍ଲକ ୨୦୧୫ଠାରୁ ଲଗାତାର ମରୁଡ଼ିର ଶିକାର ହେଉଥିବା ବେଳେ ଚଳିତ ବର୍ଷ ବର୍ଷା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ମହାମରୁଡ଼ିର ଆଶଙ୍କା ପ୍ରକାଶ ପାଇଛି। ଜୁଲାଇ ମାସ ଶେଷରେ ରୁଆ ବେଉଷଣ କାର୍ଯ୍ୟ ଶେଷ ହେବା କଥା। କିନ୍ତୁ ବର୍ଷା ଅଭାବରୁ ଜମିରେ ମଂଜି ପଡ଼ିଛି ସତ, କେଉଁଠି ଗଜା ଉଠି ମରିବାକୁ ବସିଲାଣି ତ ଆଉ କେଉଁଠି ମଂଜି ସେପରି ପଡ଼ିରହିଛି। ଝାରବନ୍ଧ ବ୍ଲକରେ ୨୨ ତାରିଖ ସୁଦ୍ଧା ୨୩୭ ମିମି ବର୍ଷା ହୋଇଛି। ତେବେ ଗତ ୯ ତାରିଖରେ ୧୪ ମିମି ବର୍ଷା ହୋଇଥିବା ବେଳେ ଏହା ପରେ ୧୬ ତାରିଖରେ ମାତ୍ର ୧୮ ମିମି, ୧୮ରେ ୨ ମିମି ଓ ୧୯ ତାରିଖରେ ୪ ମିମି ବର୍ଷା ହୋଇଛି। ତେଣୁ ଏହି ବର୍ଷା ଚାଷରେ କୌଣସି କାମରେ ଲାଗିପାରି ନାହିଁ। ବର୍ତ୍ତମାନ ଜୁଲାଇ ଶେଷ ହେବାର କିଛି ଦିନ ବାକି ଥିବାବେଳେ ଆଉ ଲୋକେ ଆଶା ନକରି ଦାଦନ ମୁହାଁ ହେଲେଣି। ବିଗତ ବର୍ଷ ମାନଙ୍କରେ ମଧ୍ୟ କମ୍‌ ବର୍ଷା ହେବା ସତ୍ତ୍ବେ ନଈ, ନାଳରେ ପାଣି ରହୁଥିଲା। ଚଳିତ ବର୍ଷ ତାହା ମଧ୍ୟ ଦେଖିବାକୁ ମିଳୁନାହିଁ। ତେଣୁ ଏହି ଅଂଚଳ ଏକ ମହାମରୁଡ଼ି ଆଡ଼କୁ ଗତି କରୁଛି।

ସମ୍ବନ୍ଧିତ ଖବର