କରୋନା ରୋଗୀଙ୍କୁ ଆଶ୍ୱସ୍ତି, ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଜିଟିଭ୍‌ ସାର୍ଟିଫିକେଟ୍‌ ଦରକାର ନାହିଁ

ନୂଆଦିଲ୍ଲୀ : କରୋନା ରୋଗୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବାକୁ ନେଇ କେନ୍ଦ୍ର ସରକାର ନୂଆ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ପୂର୍ବରୁ ଥିବା ନିର୍ଦ୍ଦେଶାବଳିରେ କେତେକ ଜରୁରୀ ପରିବର୍ତ୍ତନ କରାଯାଇଛି। ଏବେ ‌ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଆଉ ପଜିଟିଭ୍‌ ସାର୍ଟିଫିକେଟ୍‌ ଜରୁରୀ ନୁହେଁ। ଏ ବାବଦରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ମଧ୍ୟରେ ଏହି ନୂଆ ନୀତି ଲାଗୁହେବ।

ସଂଶୋଧିତ ଗାଇଡଲାଇନ୍ସ ଅନୁଯାୟୀ କୌଣସି କାରଣ ଦର୍ଶାଇ ଜଣେ ରୋଗୀଙ୍କୁ ମେଡିକାଲ କର୍ତୃପକ୍ଷ ଫେରାଇପାରିବେ ନାହିଁ। ଏପରିକି ଅକ୍ସିଜେନ୍ ଏବଂ ଔଷଧ ଅଭାବ ଦେଖାଇ ସେମାନଙ୍କୁ ଫେରାଇବେ ନାହିଁ। ରୋଗୀ ଯେକୌଣସି ଅଂଚଳର ହୋଇଥିଲେ ମଧ୍ୟ ତାଙ୍କୁ ମେଡିକାଲରେ ଭର୍ତ୍ତି ହେବା ପାଇଁ କେହି ମନା କରିପାରିବେ ନାହିଁ। ସେମାନଙ୍କ ଠାରୁ ପରିଚୟପତ୍ର କିମ୍ବା କୋଭିଡ ସାର୍ଟିଫିକେଟ ଦାବି କରିପାରିବେ ନାହିଁ। ସନ୍ଦିଗ୍ଦ ରୋଗୀଙ୍କୁ ସନ୍ଦିଗ୍ଧ କୋଭିଡ୍‌ ୱାର୍ଡରେ ଭର୍ତ୍ତି କରାଯାଇ ପାରିବ। ଲକ୍ଷଣ ଥିବା ସନ୍ଦିଗ୍ଧ ରୋଗୀଙ୍କୁ ହସ୍ପିଟାଲରେ ମଧ୍ୟ ରଖାଯାଇ ପାରିବ। ସରକାରଙ୍କ ଏହି ନୂଆ ନିୟମ ଯୋଗୁଁ ଚିକିତ୍ସା ପାଇଁ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ଦୌଡ଼ୁଥିବା ରୋଗୀଙ୍କ ପରିଜନଙ୍କୁ ଆଶ୍ବସ୍ତି ମିଳିବ।

ଏହି ଗାଇଡଲାଇନ୍ସରେ ଆହୁରି କୁହାଯାଇଛି ଯେ ଜରୁରୀ ନଥିଲେ ଜଣେ ରୋଗୀକୁ ମେଡିକାଲ ବେଡରେ ରଖାଯାଇପ‌ାରିବ ନାହିଁ। ନୂଆ ଗାଇଡଲାଇନ୍ସ ଅନୁଯାୟୀ ରୋଗୀଙ୍କୁ ଡିସର୍ଚାଜ୍ କରିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର