କୋଭିଡରୁ ବର୍ତ୍ତିବା ଲାଗି ୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଶିଶୁ ମାସ୍କ ପିନ୍ଧିଲେ ଭଲ: ବିଶେଷଜ୍ଞ

ଭୁବନେଶ୍ୱର: ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ୫ ବର୍ଷରୁ ବଡ଼ ସମସ୍ତ ଶିଶୁ ମାସ୍କ ବ୍ୟବହାର କରିବା ଉଚିତ। ବାପା-ମା’ ପିଲାଙ୍କୁ ମାସ୍କ ଠିକ୍‌ ଭାବେ ପିନ୍ଧିବାକୁ ଶିଖାଇବା ଓ ଅଭ୍ୟାସ କରାଇବା ଉଚିତ। ୫ ବର୍ଷ ତଳକୁ ପିଲା ମାସ୍କ ପିନ୍ଧିବା ଦରକାର ନାହିଁ। କାରଣ ସେମାନେ ମାସ୍କ ଠିକ ଭାବେ ପିନ୍ଧି ପାରିବେ ନାହିଁ। ବାରମ୍ବାର ମୁହଁରେ ହାତମାରିବେ ଓ ମାସ୍କ ବାହାର କରିଦେବେ। ଅତି ଛୋଟ ଶିଶୁଙ୍କର ନିଶ୍ୱାସ ପ୍ରଶ୍ୱାସରେ ମଧ୍ୟ କିଛିଟା ଅସୁବିଧା ହେବ।

ଶିଶୁ ଯଦି କୋଭିଡ ଲକ୍ଷଣ ଯୁକ୍ତ ହୋଇଥାଏ, ତେବେ ତାକୁ ଅନ୍ୟମାନଙ୍କ ଠାରୁ ଅଲଗା ରଖନ୍ତୁ ଓ ପରିବାରର ଅନ୍ୟମାନେ ଡବଲ ମାସ୍କ ବ୍ୟବହାର କରନ୍ତୁ। ଶିଶୁ ମାନଙ୍କ କ୍ଷେତ୍ରରେ ମାସ୍କ ବ୍ୟବହାରର ଅନ୍ୟ ସମସ୍ତ ନିୟମ ବୟସ୍କଙ୍କ ସହ ସମାନ।

ଜ୍ୱର, କାଶ, ଥଣ୍ଡା (ନାକରୁ ପାଣି ବହିବା), ତଣ୍ଟି ଦରଜ, ଧଇଁ ସଇଁ ଓ ଅଣନିଶ୍ୱାସୀ ହେଲେ ଶୁଶୁର କୋଭିଡ ଲକ୍ଷଣ ବୋଲି ଧରାଯିବ। କୋଭିଡର ଅସ୍ୱାଭାବିକ ଲକ୍ଷଣ ଗୁଡ଼ିକ ହେଲା ପେଟ ଯନ୍ତ୍ରଣା, ପତଳା ଝାଡ଼ା, ଦେହ/ଆଙ୍ଗୁଳି/ବାଇଗଣି ରଙ୍ଗର ମନ୍ଦା ମନ୍ଦା ହୋଇ ଫଳିବା।

ସମ୍ବନ୍ଧିତ ଖବର