ପୁରୀ: ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ପରେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ବୀର ବିକ୍ରମ ଯାଦବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Advertisment

ପରିଚାଳନା ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆସନ୍ତା ଜାନୁଆରି ୧ ତାରିଖ ଠାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ସେବାୟତ ଓ କର୍ମଚାରୀମାନେ ମଧ୍ୟ ମୋବାଇଲ ଫୋନ୍‌ ଶ୍ରୀମନ୍ଦିର ଭିତରକୁ ନେଇ ପାରିବେ ନାହିଁ। ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଜନସାଧାରଣ, ପୁଲିସ,‌ ସେବାୟତ ଓ କର୍ମଚାରୀଙ୍କୁ ମୋବାଇଲ ଫୋନ୍‌ ବାହାରେ ରଖିବାକୁ ପଡ଼ିବ। ମୋବାଇଲ ରଖିବା ପାଇଁ ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ନିୟମ ଉଲ୍ଲଂଘନ କରି ଯେଉଁମାନେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେଇକି ‌ଯିବେ, ସେମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।

ଆଜିରବୈଠକରେ ଜିଲ୍ଲପାଳ ସମର୍ଥ ବର୍ମା, ଏସ୍‌ପି କେ ବିଶାଳ ସିଂ, ପରିଚାଳନା କମିଟିର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।