ଟିଟିଲାଗଡ଼: ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶୀତକାକରରେ ରାତିସାରା ଡାକ୍ତରଖାନା ବାରଣ୍ଡାରେ ଶିଶୁପୁତ୍ରର ମୃତଦେହ ଧରି ବାପା-ମା’ ଅଟକି ରହିଥିଲେ। ମା’ର ବୁକୁଫଟା କାନ୍ଦରେ ଡାକ୍ତରଖାନା ପରିସର ଫାଟି ପଡ଼ୁଥିଲା। ହେଲେ ମରିଯାଇଥିଲା ମଣିଷପଣିଆ। ମା’ ଶିଶୁର ଶବକୁ କୁଣ୍ଢାଇ ବସିଥିବାବେଳେ ଶବକୁ ଶବାଗାରରେ ରଖିବାକୁ କେହି ଆସିନଥିଲେ। ଶବକୁ ନେଇ ଘରକୁ ଯିବା ପାଇଁ ମଧ୍ୟ ବିଧିବଦ୍ଧ ଅନୁମତି ମିଳିନଥିଲା। ରାତିତମାମ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରର ବାରଣ୍ଡାରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ଥାନା ଅଧୀନ ଦେହେଲି ଗାଁର ଭୁବନେଶ୍ୱର ସାହୁ ଓ ଜାହ୍ନବୀ ସାହୁ ନିଜ ୨ ବର୍ଷର ଶିଶୁ ଅବିନାଶର ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ପ୍ରଥମେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଟିଟିଲାଗଡ଼ ଏମ୍ସିଏଚ୍କୁ ରେଫର୍ କରିବା ପରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ତାକୁ ସେଠାରେ ଭର୍ତ୍ତି କରାଯାଇଥିଲା।
Gang rape again: ରାଜଧାନୀରେ ପୁଣି ଗଣଦୁଷ୍କର୍ମ: ଚାକିରି ଦେବାକୁ ଡାକି ଫସାଇଥିଲେ, ୨ ଗିରଫ
ବୁକୁଫଟା କାନ୍ଦ ସତ୍ତ୍ବେ କାହା ମନ ତରଳିଲାନି
ଡାକ୍ତର ଏକ ଇଞ୍ଜେକ୍ସନ୍ ଦେବା ପରେ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାପରେ ସନ୍ଧ୍ୟା ୭ରୁ ମୃତ ଶିଶୁପୁତ୍ରକୁ ଧରି ମା’ବାପା ଡାକ୍ତରଖାନା ବାରଣ୍ଡାରେ ପଡ଼ିରହିଥିଲେ। ଶବ ନେଇଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା। ଶେଷରେ ସେମାନେ ପୁଲିସକୁ ଜଣାଇବା ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ। ହେଲେ ଅନୁମତି ତ ଦୂରର କଥା, ଶବକୁ ସୁରକ୍ଷିତ ରଖିବା ପାଇଁ ବି ବ୍ୟବସ୍ଥା କରାଗଲା ନାହିଁ। ଏ ସଂପର୍କରେ ଶିଶୁରୋଗ ବିଶେଷଜ୍ଞ ଡା. ବିଜୁ ଅଗ୍ରୱାଲଙ୍କୁ ପଚାରିବାରୁ ସେ କେବଳ ଶବ ବ୍ୟବଚ୍ଛେଦ ପାଇଁ ଆସିଥିବା କହିଥିଲେ, ଆଉ କିଛି ପ୍ରତିକ୍ରିୟା ଦେଇନଥିଲେ। ଅନ୍ୟପକ୍ଷରେ ଶିଶୁଟିର କ’ଣ ପାଇଁ ମୃତ୍ୟୁ ହୋଇଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଡାକ୍ତର ଜିତେନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି।
Gang rape again: ରାଜଧାନୀରେ ପୁଣି ଗଣଦୁଷ୍କର୍ମ: ଚାକିରି ଦେବାକୁ ଡାକି ଫସାଇଥିଲେ, ୨ ଗିରଫ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/21/shfhfxbvb-2025-12-21-03-46-18.jpg)