କରୋନା ରୋଗୀ ବୋଲି କେହି ଛୁଇଁଲେନି, ୧୫ ଘଣ୍ଟା ପଡ଼ିରହିଲା ଶବ

ପର୍ଜଙ୍ଗ : ପର୍ଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ତଳପାଣି ଗେଙ୍ଗୁଟିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀଙ୍କ ମୃତ୍ୟୁର ୨୦ ଦିନ ପରେ ପତ୍ନୀଙ୍କ ମୃତ୍ୟୁ ଘଟିଛି। ତେବେ ପତ୍ନୀଜଣକ କରୋନାରେ ପ୍ରାଣ ହରାଇଥିବାରୁ ତାଙ୍କ ମୃତଦେହ ୧୫ ଘଣ୍ଟା ଧରି ଗାଁରେ ପଡ଼ି ରହିଥିଲା। ପରେ ମ୍ୟୁନିସିପାଲିଟି କର୍ମଚାରୀଙ୍କ ସହାୟତାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

ସୂଚନା ଅନୁଯାୟୀ, ତଳପାଣି ଗେଙ୍ଗୁଟିଆ ଗାଁର ବ୍ରଜବନ୍ଧୁ ପଣ୍ଡା(୮୨) କିଛିଦିନ ତଳେ ବାର୍ଦ୍ଧକ୍ୟଜନିତ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ। ପରିବାର ଲୋକେ ଏକାଠି ହୋଇ ତାଙ୍କର ଶୁଦ୍ଧକ୍ରିୟା ସମ୍ପନ୍ନ କରିଥିଲେ। ଏହାର କିଛିଦିନ ପରେ ମୃତ ବ୍ରଜବନ୍ଧୁଙ୍କ ପତ୍ନୀ ସୁଷମା ଓ ସାନପୁଅ କରୋନାରେ ଆକ୍ରାନ୍ତ ହୋଇଥିଲେ। ସୁଷମା ହୋମ୍‌ କ୍ବାରାଣ୍ଟିନ୍‌ରେ ଥିବାବେଳେ ସାନପୁଅ ଢେଙ୍କାନାଳ କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ବ୍ରଜବନ୍ଧୁଙ୍କ ମୃତ୍ୟୁର ୨୧ ଦିନରେ ଗତ ସୋମବାର ରାତି ପ୍ରାୟ ୯ଟାରେ ପତ୍ନୀ ସୁଷମାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। କୋଭିଡ୍‌ ନିୟମ ଅନୁଯାୟୀ, କରୋନା ମୃତକଙ୍କୁ ସରକାରୀ ବ୍ୟବସ୍ଥାରେ ଦାହ ସଂସ୍କାର କରାଯିବ। ସେଥିପାଇଁ ସୁଷମାଙ୍କ ଶେଷକୃତ୍ୟରୁ ଭାଇ,କୁଟୁମ୍ବ ଦୂରେଇ ରହିଥିଲେ। କରୋନାରେ ତାଙ୍କର ମୃତ୍ୟୁ ଘଟିଥିବାରୁ ସାହିପଡ଼ିଶା କି ଗ୍ରାମବାସୀ କେହି ମୃତଦେହକୁ ଛୁଇଁବା ଦୂରର କଥା, ପାଖ ସୁଦ୍ଧା ମାଡ଼ି ନଥିଲେ। ସୋମବାର ରାତି ୯ଟାରୁ ମଙ୍ଗଳବାର ଦିନ ୧୨ଟା ପର୍ଯ୍ୟନ୍ତ ତାଙ୍କର ଶବ ସେମିତି ଘରେ ପଡ଼ିରହିଥିଲା।

ସମ୍ବନ୍ଧିତ ଖବର