ହାଇଦରର ପୁଅକୁ ମିଳିଲାନି ପାରୋଲ: ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ଆବେଦନକୁ ଖାରଜ କଲେ ବିଚାରପତି 

ଭୁବନେଶ୍ୱର : ହାଇଦରର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆବେଦନ କରିଥିବା ବଡ଼ ପୁଅ ସେକ ମୁନାର ପାରୋଲ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି | ବଡ ପୁଅ ସେକ ମୁନା ଏବେ ଜେଲରେ ଥିବାବେଳେ ୪୦ ଦିନିଆ ପାରୋଲ ପାଇଁ ମୁନା କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରିଥିଲା । ତେବେ ଆଇନଶୃଙ୍ଖଳା ପରିସ୍ଥିତି ଓ ସେକ ମୁନାର ଜୀବନପ୍ରତି ବିପଦ ଥିବା ଦର୍ଶାଇ ଜଜ୍ ଏହାକୁ ଖାରଜ କରିଦେଇଛନ୍ତି ।

ସୂଚନା ଥାଉ କି ହାଇଦରର ପୁଅ ମୁନା ଏବେ ଜେଲରେ ଅଛି । ତା ନା’ରେ ୧୯ଟି ମାମଲା ବିଚାରାଧୀନ ରହିଛି । ଭୁବନେଶ୍ୱରରେ ମୁନ୍ନା ନାଁରେ ଗୋଟିଏ ମାମଲା ଥିବାବେଳେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାରେ ୧୮ଟି ମାମଲା ରହିଛି | ଗତ ୧୨ ବର୍ଷ ହେଲା ହାଇଦରର ପୁଅ ଜେଲରେ ଥିବାବେଳେ ଆଳିର ଏକ ହତ୍ୟାକାଣ୍ଡ ମାମଲାରେ ମୁନ୍ନା ଗିରଫ ହୋଇଥିଲା |

କାଳେ ମୁନା ଜେଲରୁ ମୁକୁଳିଲେ ଆଇନଶୃଙ୍ଖଳା ବିଗିଡିବ, ସେଥିପାଇଁ ପାରୋଲକୁ ପ୍ରଶାସନ ବିରୋଧ କରିଥିଲା | ଆଉ ଜିଲ୍ଲା ଦୌରାଜଜ ପାରୋଲ ଆବେଦନକୁ ଖାରଜ କରିଦେଇଛନ୍ତି |

ସମ୍ବନ୍ଧିତ ଖବର