ଗଂଜାମ ଜିଲ୍ଲାର ଦ୍ବିତୀୟ ଏସଏନସିୟୁରେ ନାହନ୍ତି ସ୍ଥାୟୀ ଡାକ୍ତର, ଶଯ୍ୟାରେ କ୍ଷମତା ଠାରୁ ଅଧିକ ଶିଶୁ

କେମିତି ହେବ ତୃତୀୟ ଲହର ମୁକାବିଲା?

ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ସ୍ବାସ୍ଥ ସେବା ଦୃଷ୍ଟିରୁ ଏକ ବହୁ ଗୁରୁତ୍ବପୂର୍ଣ୍ଣ ବହନ କରେ। ଜିଲ୍ଲା ମୁଖ୍ୟାଳୟ ଠାରୁ ୧୦୦ କିମି ଦୂର ରହିଥିବାରୁ ଏହି ଡାକ୍ତରଖାନାରେ ବିଭିନ୍ନ ବିଭାଗ ସମେତ ଏଆରଟି କନ୍ଦ୍ରେ,ରକ୍ତ ଭଣ୍ଡାର,ଏନ୍ଆରସି ଏବଂ ଏସଏନସିୟୁ ସ୍ଥାପନ କରାଯାଇଛି। ଜନ୍ମ ପରେ ନବ ଜାତକ ଶିଶୁ ମାନଙ୍କୁ ସ୍ବତନ୍ତ୍ର ଭାବେ ଯତ୍ନ ନେବା ପାଇଁ ଗତ ୨୦୧୭ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଠାରେ ସ୍ବତନ୍ତ୍ର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର(ଏସଏନସିୟୁ) ଉଦ୍ଘାଟନ କରିଥିଲେ। କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଏହା ଆରମ୍ଭ ହେବା ଦିନ ଠାରୁ ବିନା ଡାକ୍ତରରେ ଚିକିତ୍ସା ଚାଲିଛି । ନବଜାତଙ୍କ ପାଇଁ ଏଠାରେ ସ୍ବତନ୍ତ୍ର ଭାବେ ୪ ଗୋଟି ଡାକ୍ତର ପଦବୀ ରହିଥିବା ବେଳେ ସ୍ବାସ୍ଥ ବିଭାଗ ଜଣେ ମଧ୍ୟ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦେଇନାହିଁ। ଆବଶ୍ୟକ ସ୍ଥଳେ୍ ଡାକ୍ତରଖାନାରେ କାର୍ଯ୍ୟରତ ଦୁଇଜଣ ଶିଶୁ ବିଭାଗର ଡାକ୍ତର ଏହି ନବଜାତ ଶିଶୁ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କାର୍ଯ୍ୟ ତୁଲାଉଛନ୍ତି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ କରୋନାର ତୃତୀୟ ଲହରି ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଉ ଏଥିରେ ବିଶେଷ କରି ଶିଶୁ ମାନେ ଅଧିକା ଆକ୍ରାନ୍ତ ହେବାର ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

ଏସଏନସିୟୁରେ ଦୈନିକ ଶିଶୁ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେ୍ଳେ ଡାକ୍ତର ଅଭାବ ଆଗାମୀ ଦିନରେ କିଭଳି କରୋନ ମୁକାବିଲା କରିବ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି। ଜନ୍ମପରେ ଶିଶୁ ମାନଙ୍କ ଓଜନ କମ୍ ରହିଥିବା ସହ ଜଟିଳତା ଥିଲେ ଏଠାରେ ଭର୍ତ୍ତି କରି ୱାର୍ମ ବେଡ୍ରେ ରଖାଯାଏ। ସେମାନଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ସେମାନଙ୍କ ମୃତ୍ୟୁ ହାରକୁ ରୋକିବା ପାଇଁ ଏଠାରେ ଏହି ଚିକିତ୍ସା ସେବାକୁ ଆରମ୍ଭ କରାଯାଇଥିଲା।

ପୁର୍ବରୁ ନବଜାତ ମାନଙ୍କୁ ବ୍ରହ୍ମପୁର ଏସଏନସିୟୁକୁ ପଠାଯାଉଥିବା ବେଳେ ଉନ୍ନତ ମାନର ଉପକରଣ ସହ ଏହି କେନ୍ଦ୍ର ପ୍ରତିଷ୍ଠା ପରେ ନବଜାତଙ୍କୁ ଏଠାରେ ଚିକିତ୍ସା ଦିଆଗଲା। କିନ୍ତୁ ଡାକ୍ତର ଅଭାବ ଯୋଗୁ ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ଆବଶ୍ୟକୀୟ ଉପକରଣ ସବୁ ରହିଥିବା ବେଳେ ଡାକ୍ତର ନଥିବାରୁ ଶିଶୁ ମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାରେ ସମସ୍ୟା ଉପୁଜିଛି। ପୁଣି କରୋନା ପାଇଁ ଶିଶୁଙ୍କ ସୁରକ୍ଷା ଚାତଲେଞ୍ଜ ହୋଇଥିବା ବେଳେ ଏଠାରେ କରୋନା ଆକ୍ରାନ୍ତ ଶିଶୁ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ ନା ନାହିଁ ସନ୍ଦେହ ପ୍ରକାଶ ପାଇଛି।

ଏହି ଏସଏନସିୟୁରେ ଶିଶୁ ମାନଙ୍କ ପାଇଁ ୧୨ ଶର୍ଯ୍ୟା ରହିଥିବା ବେଳେ ଆଜି ୧୩ ଜଣ ଚିକିତ୍ସିତ ହେଉଛନ୍ତି। ଗତ ୫ ମାସରେ ୩୪୧ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଜାନୁୟାରୀ ମାସରେ ୬୯ ଜଣ ଶିଶୁ ଚିକିତ୍ସିତ ହୋଇଥିବା ବେଳେ ୭ଜଣ ରେଫର ଏବଂ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଫେବୃୟାରୀରେ ୫୦ ଜଣ ଭର୍ତ୍ତି ହୋଇଥିବା ବେଫଳେ ୬ ଜଣ ରେଫର ଜଣେ ମୃତ୍ୟୁ ହୋଇଥିଲେ। ମାର୍ଚ୍ଚରେ ୭୦ ଜଣ ଭର୍ତ୍ତି ଏବଂ ୬ ରେଫର ଏବଂ ୨ ମୃତ।ଏପ୍ରିଲ୍ରେ ୮୧ ଭର୍ତ୍ତି ୫ ରେଫର ୩ ମୃତ ହୋଇଥିଲେ। ମେ ମାସରେ ୭୧ ଜଣ ଭର୍ତ୍ତି ହୋଇଥିବା ବେଳେ ୩ ରେଫର ଏବଂ ୪ଜଣଙ୍କ ମୃତ୍ୟୁ ଘଟିଥିଲା। କ୍ରମଶଃ ଶିଶୁ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୈନିକ ୧୫ ରୁ ୨୦ ଶିଶୁ ଭର୍ତ୍ତି ହେଲେ ଗୋଟିଏ ବେଡ଼୍ରେ ଏକାଧିକ ଶିଶୁଙ୍କୁ ମଧ୍ୟ ରଖାଯାଉଛି।

ଏହି କେନ୍ଦ୍ର ଭିତରୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ବାରଣ ରହିଥିବା ବେଳେ ସ୍ବଚ୍ଛତା ଓ ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥାଏ। ଅଧିକାଂଶ ସମୟ ଏହି କେନ୍ଦ୍ରରେ ଥିବା ଷ୍ଟାଫ୍ ନର୍ସ ମାନେ ହିଁ ଶିଶୁ ମାନଙ୍କ ଯତ୍ନ ନେବା ସହ ଚିକିତ୍ସା କରିଥାନ୍ତି। ଜନ୍ମ ଗ୍ରହଣ କଲା ପରେ ଯଦି କାନ୍ଦୁ ନଥିବୋ,ଓଜନ କମ୍ ରହିଥିବ,ଜନ୍ମ ପରେ ଯଦି କିଛି ଶିଶୁ ନିକଟରେ କିଛି ଜଟିଳତା ଦେଖାଦିଏ ତେବେ ସେମାନଙ୍କ ସ୍ବତନ୍ତ୍ର ଚିକିତ୍ସା ପାଇଁ ଏଠାରେ ରଖାଯାଏ। ଏସ୍ଏନ୍ସିୟୁର କର୍ମଚାରୀ ମାନେ ଶିଶୁ ବିଭାଗର ଡାକ୍ତର ଦ୍ବୟଙ୍କ ମଧ୍ୟରୁ କାହାକୁ ଯୋଗାଯୋଗ କରିଲେ ସେମାନେ ଆସି ଚିକିତ୍ସା କରୁଛନ୍ତି। ଦୁଇଜଣ ଡାକ୍ତର ଓପିଡିରେ ସ୍ବାସ୍ଥ ଯାଞ୍ଚ କରିବା ସହ ଶିଶୁ ବିଭାଗରେ ରାଉଣ୍ଡ କରୁଛନ୍ତି।

ଏଥିସହ ଏହି ନବଜାତ ଶିଶୁ କେନ୍ଦ୍ର ଓ ଶିଶୁଙ୍କ ପାଇଁ ଥିବା ପୁଷ୍ଟି ପୁର୍ନବାସ କେନ୍ଦ୍ର(ଏନ୍ଆରସି)ରେ ମଧ୍ୟ ଶିଶୁ ମାନଙ୍କ ସ୍ବାସ୍ଥ ଯାଞ୍ଚ କରୁଛନ୍ତି। ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣେ ଛୁଟିରେ ଗଲେ ଅନ୍ୟ ଜଣେ ଡାକ୍ତର ଏତେ ସବୁ କାର୍ଯ୍ୟ କରିବା ଜଣଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ତୃତୀୟ ଲହରରେ କିଭଳି କାର୍ଯ୍ୟ କରିବେ ଆଶଙ୍କା ସୃଷ୍ଟି ହୋଇଛି। ଡାକ୍ତର ମାନଙ୍କ ସମେତ କର୍ମଚାରୀ ମାନଙ୍କ ଅଭାବ ମଧ୍ୟ ପରିଲିକ୍ଷିତ ହୋଇଛି। ଏଠାରେ ଷ୍ଟାଫ୍ ନର୍ସ ଏବଂ ଡିଇଓଙ୍କୁ ମିଶାଇ ୧୧ ପଦବୀ ରହିଥିବା ବେଳେି ୨ ଟି ପଦବୀ ଖାଲି ରହିଛି। ତେଣୁ କେବଳ ଆବଶ୍ୟକୀୟ ଉପକରଣ ଓ କୋଠା କରିବା ଦ୍ବାରା ଜଣେ ରୋଗୀ ଉପଯୁକ୍ତ ଚିକିତ୍ସା ପାଇ ପାରିବ ନାହିଁ ବୋଲି ସ୍ଥାନିୟ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏଥି ନିମନ୍ତେ ଆବଶ୍ୟକ ଡାକ୍ତର ପଦବୀ ଶୀଘ୍ର ପୂରଣ କରିବା ଜରୁରୀ ବୋଠଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର